ନନ୍ଦିଘୋଷ ରଥର ବଦଳିଲା ଅଖ, ଫାଟ ଥିବାରୁ କରାଯାଇଛି ପରିବର୍ତ୍ତନ

ପୁରୀ : ନନ୍ଦିଘୋଷ ରଥର ସାନ ଉଛୁଳା ଅଖ ପରିବର୍ତ୍ତନ ହୋଇଛି । ଏହି ଅଖରେ ଫାଟ ଦେଖାଯାଇଥିବାରୁ ବୈଷୟିକ ଟିମର ନିର୍ଦ୍ଦେଶ କ୍ରମେ ଏହାକୁ ପରିବର୍ତ୍ତନ କରାଯାଇ ଆଉ ଏକ ନୂତନ ଅଖ ଲଗାଯାଇଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅଖ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମେ ରଥ ତଳେ ରାସ୍ତାକୁ ଭାଇବ୍ରେଟର ସହାୟତାରେ ଖୋଳା ଯାଇଥିଲା ।

ଏହା ପରେ କ୍ରେନ ସହାୟତାରେ ରଥକୁ ଟେକା ଯାଇଥିଲା । ଫାଟ ଥିବା ସାନ ଉଛୁଳା ଅଖକୁ କଢ଼ାଯାଇ ନୂତନ ଅଖ ଲଗାଯାଇଛି । ବିଶ୍ବକ୍ରମା ମହାରଣା ସହ ଅନ୍ୟାନ୍ୟ ଟିମ ମିଶି ଏହି କାର୍ଯ୍ୟ ସମ୍ପାଦାନ କରିଥିଲେ । ଅଖରେ ଫାଟ ଥିବାରୁ ଓଝା ସେବକମାନେ ଅଖ, ଦଣ୍ଡା ଓ କୁଡୁକାକୁ ବାନ୍ଧି ରଖିବା ପାଇଁ କ୍ଲାମ୍ପ ଲଗାଇଥିଲେ।

nis-ad
Leave A Reply

Your email address will not be published.