ସମ୍ବଲପୁରରୁ ୭ ଡକାୟତ ଗିରଫ, ଲୁଟିଥିଲେ ସୁନାଗହଣା ଓ ଟଙ୍କା

ସମ୍ବଲପୁର: ସମ୍ବଲପୁର ପୋଲିସ ଦ୍ବାରା ୭ ଜଣ ଡକାୟତ ଗିରଫ । ଡକାୟତମାନଙ୍କ ନିକଟରୁ ୫ଟି ବାଇକ୍ ଓ ଗୋଟିଏ କାର୍ ଜବତ ହୋଇଛି । ଗତ ୩ ତାରିଖ ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ବାନ୍ଧି ଆକ୍ରମଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ ଅପରାହ୍ନରେ ଶ୍ୟାମ ସୁନ୍ଦର ଡାଲମିଆ ଓ ପତ୍ନୀ ସରୋଜଦେବୀ ଡାଲମିଆ ଘରେ ଥିବାବେଳେ ଅଟା କିଣିବା ବାହାନରେ ୫ ଜଣ ଦୁର୍ବୃତ୍ତ ଦୋକାନକୁ ପସି ଆସିବା ପରେ ଏଭଳି କାଣ୍ଡ ଭିଆଇଥିଲେ ।

ପ୍ରଥମେ ଦୋକାନ ଭିତରେ ପଶି ଅଟା ମାଗିବା ପରେ ବୃଦ୍ଧଙ୍କୁ ଆକ୍ରମଣ କରି ଭୁଜାଲି ମୁନରେ ୭୦ ହଜାର ଟଙ୍କା ଓ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ କରିଥିଲେ । ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ପରେ ଦମ୍ପତ୍ତିଙ୍କୁ ଭୁଜାଲି ଦେଖାଇ ଗାମୁଛାରେ ବାନ୍ଧି ଫରାର ମାରିଥିଲେ ।

nis-ad
Leave A Reply

Your email address will not be published.