କଟକର ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ

କଟକ: ରାଜ୍ୟରେ ଧିରେ ଧିରେ ବଢୁଛି କରୋନା ସଂକ୍ରମଣ । ପୁର୍ବରୁ ଗୋଟିଏ ଦିନରେ ୪,୫ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ଏବେ ୩୦ ଉପରେ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଆଜି କଟକର ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିକ୍ଷାନୁଷ୍ଟାନର ସିଏମସି ୫୯ନମ୍ବର ୱାର୍ଡ଼ରେ ଥିବା ଛାତ୍ରାବାସରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପୁର୍ବରୁ କିଛି ପିଲାଙ୍କୁ ଥଣ୍ଡା ଜ୍ୱର ହୋଇଥିବା ବେଳେ ସେମାନଙ୍କ ମଧ୍ୟ ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ତେବେ ବର୍ତ୍ତମାନ ସମସ୍ତ ସାମ୍ପଲ ଟେଷ୍ଟରୁ ୧୩ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ରିପୋର୍ଟ ଆସିବା ପରେ ଆଜି ସମସ୍ତ ଛାତ୍ରଛାତ୍ରୀଙ୍କ ଆରଟିପିସିଆର ଟେଷ୍ଟ ହେବ । ଏନେଇ ଡ଼.ଉମେଶ ରାୟ ସୁଚନା ଦେଇଛନ୍ତି ।ତେବେ ଏତେ ମାତ୍ରାରେ କରୋନା ସଂକ୍ରମଣ ଚିହ୍ନଟ ହେବା କାରଣରୁ ପୁଣି ପୁର୍ବ ପରି କଟକଣା କଡ଼ାକଡ଼ି କରିବାର ଆଶଙ୍କା କରାଯାଉଛି ।

nis-ad
Leave A Reply

Your email address will not be published.