ଦଳିତ ପୁଅକୁ ଭଲ ପାଇ କ’ଣ ଭୁଲ କଲି ? ବାପା ମୋତେ ମାରିଦେଲେ: ଅଡ଼ିଓ ଖୋଲିଲା ଗୁମର 

ମହିଶୂର: ସନ୍ମାନ ପାଇଁ ଘଟିଥିବା ହତ୍ୟାକାଣ୍ଡର ଖୋଲିଲା ଚାଞ୍ଚଲ୍ୟକର ଗୁମର। ପୁଅ ଅନ୍ୟ ଜାତିର ହୋଇଥିବାରୁ ଝିଅର ପ୍ରେମକୁ ସହ୍ୟ କରିପାରିଲେନି ପରିବାର ଲୋକେ। ତେଣୁ ଝିଅକୁ ତାର ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏକ ଅନଲ କିଲିଂ ସଂକ୍ରାନ୍ତରେ ଏମିତି ଏକ ଅଡ଼ିଓ ଭାଇରାଲ ହେବାରେ ଲାଗିଛି। କର୍ଣ୍ଣାଟକର ମହିଶୂର ଅଞ୍ଚଳରେ ଘଟିଥିବା ଏମିତି ଏକ ଅଭାବନୀୟ ଘଟଣାର ଅଡ଼ିଓ ଭାଇରାଲ ହେଉଛି। ଯେଉଁ ଅଡ଼ିଓରେ ଯୁବତୀ ଜଣକ ତାଙ୍କ ହତ୍ୟା ପାଇଁ ନିଜ ବାପାକୁ ଦାୟୀ କରିଛନ୍ତି। ଏହି ଅଡ଼ିଓକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବତୀ ଜଣକ ହେଉଛନ୍ତି ଶାଲିନୀ। ଏହି ଘଟଣାରେ ଯୁବତୀଙ୍କ ମାଙ୍କୁ ମଧ୍ୟ ପୁଲିସ ନିଜ ହେପାଜତକୁ ନେଇଛି। କର୍ଣ୍ଣାଟକର ମହିଶୂର ଜିଲ୍ଲା ପେରିୟାପାଟନାରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି।
ଏଠାରେ କଗ୍ଗୁଣ୍ଡି ଗ୍ରାମରେ ରହୁଥିବା ସୁରେଶ ନାମକ ଜଣେ ବ୍ୟକ୍ତି ତାଙ୍କ ୧୭ ବର୍ଷୀୟ ଝିଅ ଶାଲିନୀକୁ ଗତ ମଙ୍ଗଳବାର ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶାଲିନୀ ଜଣେ ଦଳିତ ଯୁବକଙ୍କୁ ଭଲ ପାଉଥିଲେ। ଅଡ଼ିଓରେ ଯୁବତୀ ଜଣକ ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ରର କାହାଣୀ ତାଙ୍କ ପ୍ରେମିକଙ୍କୁ ଫୋନ୍‌ରେ କହିଥିଲେ। ମ୍ୟୃତ୍ୟୁ ପୂର୍ବରୁ ହୋଇଥିବା ଏହି ବାର୍ତ୍ତାଳପକୁ ଶାଲିନୀ ତାଙ୍କ ପ୍ରେମିକଙ୍କୁ ରେକର୍ଡ଼ କରିବାକୁ କହୁଛନ୍ତି। ଯଦି ତାଙ୍କର କିଛି ହୋଇଯାଏ ତାଙ୍କ ବାପା ଓ ପରିବାର ଲୋକା ଦାୟୀ ରହିବେ ବୋଲି ଅଡ଼ିଓରେ ଶୁଣିବାକୁ ମିଳୁଛି। ସେଥିରେ ସେ କହୁଛନ୍ତି ଯେ, ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଯିବାକୁ ତାଙ୍କୁ ବାରଣ କରାଯାଉଛି। ତାଙ୍କ ପ୍ରେମିକ ସହ ସମ୍ପର୍କ ତୁଟାଇବାକୁ ବାଧ୍ୟ କରାଯାଉଛି। ପାରିବାର ଲୋକେ ତାଙ୍କୁ ଜଣେ ସମ୍ପର୍କୀୟଙ୍କ ଘରେ ନଜର ବନ୍ଦୀ ରଖିବା ପାଇଁ ଯୋଜନା କରୁଛନ୍ତି । ଏ ସବୁ କହିବା ସହ ଦୟା କରି ମୋର ରେକର୍ଡ଼ କଲ କରନ୍ତୁ ବୋଲି ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କୁ କହୁଛନ୍ତି। ସେ ଆହୁରୀ କହୁଛନ୍ତି ଯେ, ମୋତେ କିଛି ଭଲ ଲାଗୁ ନାହିଁ। ମୋ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ରଚନା କରାଯାଉଛି। ତାଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ର ରଚାଯାଉଛି ତାର ଅଡ଼ିଓ ରେକର୍ଡ଼ ପୁଲିସକୁ ଦେବାକୁ ଯୁବତୀ ଜଣକ ଅନୁରୋଧ କରୁଛନ୍ତି। ଯଦି ମୋର କିଛି ହୁଏ ତେବେ ପରିବାର ଲୋକେ ଦାୟୀ ରହିବେ ବୋଲି ଯୁବତୀ ଜଣକ କହୁଛନ୍ତି। ଏହି ଅଡ଼ିଓ ପାଇବା ପରେ ପୁଲିସ ଯୁବତୀଙ୍କ ବାପା ସୁରେଶ ଏବଂ ତାଙ୍କ ମାଆକୁ ଜେରା କରୁଛି। ଏ ସମ୍ପର୍କରେ ଯୁବତୀଙ୍କ ପ୍ରେମିକ ମଞ୍ଜୁନାଥ ପୁଲିସକୁ ଅଡ଼ିଓ କ୍ଲିପ ଦେଇଛନ୍ତି। ଯୁବତୀଙ୍କ ହତ୍ୟା ପାଇଁ ତାଙ୍କ ବାପା ୨ ଲକ୍ଷ ଯଙ୍କା ସୁପାରୀ ଦେଇଥିବା ପ୍ରେମିକ ମଞ୍ଜୁନାଥ ଥନାରେ ଅଭିଯୋଗ କରିଛନ୍ତି । ସେହିପରି ଶାଲିନୀଙ୍କ ଦ୍ୱାରା ଲିଖିତ ଏକ ଚିଠିରେ ତାଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକ ଦାୟୀ ନୁହଁ ବୋଲି ଉଲ୍ଲେଖ ରହିଛି।
ସେଥିରେ ଉଲ୍ଲେଖ ଅଛି ଯେ, ମୁଁ ଜାତିପ୍ରଥା ଭେଦଭାବର ଶିକାର ହୋଇଛି। ମୁଁ ଜଣେ ଦଳିତ ପୁଅକୁ ଭଲ ପାଉଛି। ମୋ ବାପା ମୋତେ ଅସଭ୍ୟ ଭାଷାରେ ଗାଳି ଦେବା ସହ ଅକଥନୀୟ ନିର୍ଯାତନା ଦେଇଛନ୍ତି। ମୋର ପ୍ରେମଠାରୁ ପରିବାର ପାଇଁ ଜାତି ବଡ଼ ହୋଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି । ଅନ୍ୟପଟେ ଝିଅକୁ ହତ୍ୟା ପରେ ବାପା ଥାନାରେ ଆସି ଆତ୍ମସମର୍ପଣ କରିଛି। ପୁଲିସ କହିଛି ଯେ, ସୁରେଶ ତାଙ୍କ ଝିଅର ଗଳା କାଟି ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଶାଲିନୀ ୩ ବର୍ଷ ହେବ ସମ୍ପୃକ୍ତ ଯୁବକଙ୍କୁ ଭଲ ପାଉଥିଲେ। ଯାହାକୁ ପରିବାର ଲୋକେ ବିରୋଧ କରିଆସୁଥିଲେ।

nis-ad
Leave A Reply

Your email address will not be published.