ସୁବାଷ ଚନ୍ଦ୍ରାଙ୍କ ବିରୋଧରେ ଘୋଡ଼ା ବେପାର ଅଭିଯୋଗ

ଜୟପୁର: କଂଗ୍ରେସ ବିଧାୟକ ତଥା ରାଜସ୍ଥାନର ବିଧାନସଭାର ମୁଖ୍ୟ ହୁଇପ୍‌ ମହେନ୍ଦ୍ର ଚୌଧୁରୀ ବିଜେପି ଏବଂ ସୁବାଷ ଚନ୍ଦ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆସନ୍ତା ଜୁନରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ସୁଭାଷ ଚନ୍ଦ୍ରା ଘୋଡ଼ା ବେପାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ଦୁର୍ନୀତି କରି ନିର୍ବାଚନ ଜିତିବାକୁ ଉଦ୍ୟମ କରୁଥିବା ଅଭଯୋଗ ହୋଇଛି । ବିଜେପି ସମର୍ଥନରେ ସୁବାଷ ଚନ୍ଦ୍ରା ରାଜସ୍ଥାନରୁ ପ୍ରାର୍ଥୀ ହୋଇଛନ୍ତି। ରାଜଜସ୍ଥାନର ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଏ ସମ୍ପର୍କରେ ମହେନ୍ଦ୍ର ଚୌଧୁରୀ ଚିଠି ଲେଖିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ, ରାଜସ୍ଥାନ ବିଧାନସଭାର ମୋଟ ବିଧାନସଭା ସଦସ୍ୟଙ୍କ ସଂଖ୍ୟା ହେଉଛି ୨୦୦।
ତେବେ ଶାସକ କଂଗ୍ରେସ ପଛରେ ୧୨୬ ଜଣ ବିଧାୟକଙ୍କ ସମର୍ଥନ ରହିଛି। ସେଥିରେ ୧୦୮ ଜଣ କଂଗ୍ରେସ ବିଧାୟକ ଥିବା ବେଳେ ୧୩ ଜଣ ସ୍ୱାଧୀନ ବିଧାୟକ ଓ ୨ ଜଣ ଭାରତୀୟ ଟ୍ରାଇବାଲ ପାର୍ଟି(ବିଟିପି) ଓ ୨ ଜଣ ସିପିଆଇ ଏବଂ ଜଣେ ରଷ୍ଟ୍ରୀୟ ଲୋକ ଦଳର ସଦସ୍ୟ ଅଛନ୍ତି। ମହେନ୍ଦ୍ର କହିଛନ୍ତି ଯେ, ବିଜେପି ପାଖରେ ୭୧ ଜଣ ବିଧାୟକ ଅଛନ୍ତି। ସେହିପରି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି(ଆରଏଲପି)ର ୩ ଜଣ ସଦସ୍ୟ ଅଛନ୍ତି। ପୂର୍ବରୁ ବିଜେପି ଓ ଆରଏଲଏପି ମଧ୍ୟରେ ବୁଝମଣା ହୋଇଥିଲା କିନ୍ତୁ ପରେ ସମ୍ପର୍କ ଭାଙ୍ଗିଯାଇଥିଲା। ୩ଟି ସିଟ୍‌ ପାଇଁ ୧୨୩ଟି ଭୋଟ୍‌ ଆବଶ୍ୟକ ପଡ଼ୁଥିବା ବେଳେ କଂଗ୍ରେସ ପାଖରେ ୧୨୬ଟି ଭୋଟ୍‌ ରହିଛି।
କିନ୍ତୁ ସୁବାଷଙ୍କ ସମର୍ଥନରେ କେବଳ ୩୩ଟି ଭୋଟ ରହିଛି। ତାଙ୍କୁ ଜିତିବାକୁ ଆହୁରି ୮ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ବିଜେପି ସମର୍ଥନରେ ସୁବାଷ ଚନ୍ଦ୍ରା ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସୁବାଷଙ୍କ ନାମାଙ୍କନ ଦାଖଲ ପତ୍ରରେ ୧୦ ଜଣ ବିଜେପି ବିଧାକୟ ପ୍ରସ୍ଥାବକ ଭାବେ ଦସ୍ତଖତ ରହିଛି । ସେଥିରେ କେଉଁ ସ୍ୱାଧୀନ ବିଧାୟକ ପ୍ରସ୍ଥାବକ ନାହାନ୍ତି। ତେଣୁ ଆବଶ୍ୟକ ସମର୍ଥନ ନଥିବା ବେଳେ ସୁବାଷ ଘୋଡ଼ା ବେପାର ଉଦ୍ୟମ କରୁଥିବା ସେ ଅଭିଯୋଗ ଆଣିଛନ୍ତି।

nis-ad
Leave A Reply

Your email address will not be published.