କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା, ଏକା ସାଙ୍ଗରେ ଚାଲିଗଲା ବାପା-ପୁଅଙ୍କ ଜୀବନ

ଖୋର୍ଦ୍ଧା: କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା। ଏକା ସାଙ୍ଗରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ଵର ଜାତୀୟ ରାଜପଥ ଚକାପଦା ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ବାପା ହେଲେ ବୋଲଗଡର ମଧୁସୂଦନ ଦାସ ଓ ପୁଅ କ୍ଷୀରୋଦ ଦାସ।

ସୂଚନାନୁଯାୟୀ, ମଧୁସୂଦନ ଓ ତାଙ୍କପୁଅ ବୋଲଗଡ଼ରୁ କୌଣସି କାର୍ଯ୍ୟରେ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ଏହି ସମୟରେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଚକାପଦାରେ ସାମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ମଧୁସୂଦନ ଓ ତାଙ୍କ ପୁଅ କ୍ଷୀରୋଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଖବର ପାଇ କାର୍ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବେଗୁନିଆ ପୋଲିସ।

nis-ad
Leave A Reply

Your email address will not be published.