ମହାନଦୀରେ ଫସିଛନ୍ତି ଦୁଇଟି ହାତୀ

ବାଙ୍କୀ : ମହାନଦୀରେ ଫସିଛନ୍ତି ଦୁଇ ହାତୀ । ଆଠଗଡ଼ ସୁକସେନ ଜଙ୍ଗଲରୁ ଚନ୍ଦକା ଡମପଡା ଅଭୟାରଣ୍ୟକୁ ମହାନଦୀ ପାର ହୋଇ ଆସୁଥିବା ବେଳେ ଦୁଇଟି ହାତୀ ଅଟକି ରହିଛନ୍ତି । ସକାଳ ହୋଇଯିବାରୁ ଲୋକଙ୍କ ଗହଳି ଦେଖି ଜଙ୍ଗଲକୁ ନଯାଇ ଭଗିପୁର ନିକଟ ମହାନଦୀ ପଠାରେ ଫସିଛନ୍ତି ୨ ହାତୀ ।

ହାତୀ ଦୁଇଟି ମହାନଦୀ ପାଣିକୁ କେତେବେଳେ ପସି ଯାଉଛନ୍ତି ତ ଆଉ କେତେବେଳେ ମହାନଦୀ କଡକୁ ପାଣିରୁ ଉଠି ଆସୁଛନ୍ତି ।

ଭଗିପୁର ମହାନଦୀ ପଠାରେ ହାତୀଙ୍କୁ ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ । ହାତୀଙ୍କୁ ସୁରକ୍ଷିତ ଭାବେ ନଦୀରୁ ବାହାର କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଭଗିପୁର ଫରେଷ୍ଟର ସଂଜୀବ କୁମାର ବେହେରା ଏ ନେଇ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.