ଜାମୁନି ଗ୍ରାମପଞ୍ଚାୟତ ରେ ହିଂସା : ଜଣକୁ ଵିଵତ୍ସ ଭାବେ ହତ୍ୟା ଅନ୍ୟ ଜଣେ ଗୁରୁତର…

ଗ୍ରାମରେ ପୋଲିସ ଛାଉଣୀ…

ହିଞ୍ଜିଳିକାଟୁ ୮।୬ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ଅନ୍ତର୍ଗତ ଜାମୁନି ଗ୍ରାମରେ ପଚାଂୟତ ନିର୍ଵାଚନକୁ ନେଇ ମଙ୍ଗଳବାର ରାତ୍ରରେ ଦୁଇ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି।ଗାଁରେ ନିର୍ଵାଚନ ହିଂସାକୁ ନେଇ କଥାକଥାରେ ବୁଲୁଛିଖଣ୍ଡା । ସଂଘବଦ୍ଧ ଆକ୍ରମଣରେ ଜଣକୁ ବିବତ୍ସ ହତ୍ୟା କରାଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।ମୃତକ ହେଲେ ଯୋଗେଶ ବେହେରା (୨୪)। ଅନ୍ୟ ଜଣେ ଗୁରୁତର ଯୁବକ ଅଜିତ କୁମାର ପାଣିଗ୍ରାହୀ। ଖବରପାଇ ପୁରୁଷୋତ୍ତମ ପୁର ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ ସଦଳବଳେ ଘଟଣା ସ୍ଥଳକୁ ଯାଇ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ସହ ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛନ୍ତି । ବୁଧବାର ସକାଳୁ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ପୁରୁଷୋତ୍ତମପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, କବିସୂର୍ୟ୍ଯନଗର ଆଇଆଇସି ପ୍ରଭାତ କୁମାର ସାହୁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ କରିଛନ୍ତି। ଘଟଣା ସ୍ଥଳରେ ପଡିଥିବା ରକ୍ତ , ଯୋତା,ଓ ବାଉଁଶ ଠେଙ୍ଗାକୁ ଭିତିକରି ସନ୍ଧାନୀ କୁକୁର କିଛି ଅଭିଯୁକ୍ତଙ୍କ ଘରକୁ ଚିହ୍ନଟ କରିଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ସେମାନଙ୍କ ଘରକୁ ଯାଇ ପୋଲିସ ତଦନ୍ତ କରିବା ସହ କିଛି ବ୍ୟକ୍ତିଙ୍କୁ ଆଣି ପଚରାଉଚରା କରୁଛି । ଖବର ଲେଖା ସୁଧା ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ବେଳେ ପୋଲିସ ଘଟଣାକୁ ଗୁରୁତ୍ୱଦେଇ ନିଜଆଡୁ କେସ୍ ନଂ ୩୧୪/୨୨ କରି ତଦନ୍ତକୁ ଚଳାଇଛି ।


ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଏଠାରେ ରାଜନୈତିକ ହିଂସା ଲାଗିରହିଥିବା ବେଳେ ବର୍ତ୍ତମାନ ଚାଲିଥିବା ସମବାୟ ସମିତି ନିର୍ବାଚନକୁ ନେଇ ଗତ ମାସ ୩୦ ତାରିଖ ରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏଥିନେଇ ଦୁଇଟି କେସ୍ ହୋଇଥିଲା। ଏହି ରାଜନୈତିକତା ଶତୃତାରୁ ହତ୍ୟା କାଣ୍ଡ ଘଟିଥିବା କିଛି ବ୍ୟକ୍ତି କହିଥିବା ବେଳେ ଆଉ କିଛି ବ୍ଯକ୍ତି ମଙ୍ଗଳବାର ପାନୀୟ ଜଳ ଯୋଗାଣ କୁ ନେଇ ପାଟିତୁଣ୍ଡ ହୋଇଥିଲା ତେଣୁ ଏହିକୁ ନେଇ ହତ୍ୟା କରାଯାଇଥିବାର କହିଛନ୍ତି। ଅପର ପକ୍ଷରେ ମୃତକଙ୍କ ମା କହିଛନ୍ତି ଯେ ଗତ କିଛି ଦିନ ତଳେ ସରପଞ୍ଚଙ୍କୁ ଗ୍ରାମର କିଛି ବ୍ୟକ୍ତି ଆକ୍ରମଣ କରିବା ବେଳେ ତାଙ୍କ ପୁଅ ଛଡାଇଥିଲେ । ଏଣୁ ଏହାକୁ ରାଗରଖି ହତ୍ୟା କରାଯାଇଥିବାର କହିଛନ୍ତି। ଏହି ସମସ୍ତ ମତାମତ ଓ ଘଟଣାର ପାରିପାର୍ଶ୍ବିକ ପରିସ୍ଥିତି କୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ରାତ୍ରରେ ଏହି ଦୁଇ ଜଣ ଯୁବକ ମୋଟର ସାଇକେଲ ଯୋଗେ ନନ୍ଦିକଗ୍ରାମରୁ ଶିତଳଷଷ୍ଟି ଯାତ୍ରା ଦେଖି ଫେରୁଥିବା ବେଳେ ପୂର୍ବ ଶତତାକୁ ନେଇ କିଛି ବ୍ୟକ୍ତି ସଂଘବଦ୍ଧଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗ୍ରାମରେ କୌଣସି ବ୍ୟକ୍ତିମାନେ ମୁହଁ ଖୋଲୁନଥିବା ବେଳେ କିଛି ବ୍ୟକ୍ତିଙ୍କ କହିବା ଘଟଣା ପ୍ରକାରେ ତଦନ୍ତ କରାଯାଉଛି। ଅତିଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।ପଚାଂୟତ ନିର୍ବାଚନ ପରଠାରୁ ଗଞ୍ଜାମ ଜିଲ୍ଲାରେ ହିସାଁ ବଢିଚାଲିଛି।

nis-ad
Leave A Reply

Your email address will not be published.