ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣା ରେ ୫ ଗିରଫ…

ବ୍ରହ୍ମପୁର :. ଗତ ୬ ତାରିଖରେ ସଦର ଥାନା ଅନ୍ତର୍ଗତ ମସିଆଖାଲି ଗ୍ରାମରେ ପୂର୍ବତନ ସରପଚଂ ମନୋଜ କୁମାର ସେଠୀଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗତ ୬ ତାରିଖରେ ମସିଆଖଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଉତ୍ସବରେ ଅନୁଷ୍ଠିତ ନାଟକ ଉଦ୍‌ଘାଟନକୁ ନେଇ ପୂର୍ବତନ ସରପଚଂ ମନୋଜ କୁମାର ସେଠୀ ଏବଂ ନବନିର୍ବାଚିତ ସରପଚଂ କେ. ବୁଲୁଙ୍କ ମଧ୍ୟରେ ବଚସା ହୋଇଥିଲା । ପୂର୍ବତନ ସରପଚଂ ମନୋଜ ସେଠୀଙ୍କୁ ଅତିଥି ଭାବେ ଡ଼କା ଯାଇଥିବା ନେଇ ଉଭୟ ଗୋଷ୍ଠୀ ର ସମର୍ଥକ ମଧ୍ୟରେ ପାଟିତୁଣ୍ଡ ହୋଇôଥଲା । ପରେ ସ୍ଥାନୀୟ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ସମସ୍ୟାର ସମାଧାନ କରିଥିଲେ । ତେବେ ଏହାକୁ ନେଇ ସରପଞ୍ଚଙ୍କ ସମର୍ଥକଙ୍କ ମଧ୍ୟରେ ରାଗ ଉଗ୍ରରୂପ ନେଇଥିଲା। ଏହି ଘଟଣାର ପ୍ରତିଶୋଧ ନେବା ସହିତ ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସମର୍ଥକଆକ୍ରମଣ କରିବା ଯୋଜନା ହୋଇଥିଲା। ମଧ୍ୟ ରାତ୍ରି ଗୋଟାଏ ବେଳେ ମନୋଜ କୁମାର ସେଠୀ, ଶଙ୍କର ଜେନା ଏବଂ ଦୁର୍ଗାପ୍ରସାଦ ପ୍ରଧାନ ପୋଖରୀକୁ ଯାଇଥିଲେ । ତେବେ ସରପଚଂଙ୍କ ସମର୍ଥକ ମାନେ ବିଭିନ୍ନ ମାରଣାସ୍ତ୍ରରେ ସରପଚଂ ମନୋଜ କୁମାର ସେଠୀ ଏବଂ ତାଙ୍କ ଦୁଇ ସହଯୋଗି ଦୁର୍ଗାପ୍ରସାଦ ପ୍ରଧାନ ଏବଂ ଶଙ୍କର ଜେନାଙ୍କ ଉପରେ। ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିରେ ମନୋଜ ସେଠି ଗୁୁରୁତରଭାବେ ଆହତ ହୋଇଥିଲେ।ଆହତ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଏମ୍‌କେସିଜି ବଡ଼ମେଡ଼ିକାଲରେ ଭର୍ତି କରିଥିଲେ । ମନୋଜ ସେଠୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏନେଇ ମନୋଜ ସେଠୀଙ୍କ ଭାଇ କେଶବ ସେଠି ସଦର ଥାନାରେ ଏତଲା ଦେଇଥିଲେ। ସଦର ପୋଲିସ କେଶ ନମ୍ବର୨୩୬/୨୨ ରୁଜୁ କରିଥିଲା। ଆକ୍ରମଣ ଘଟଣାରେ ସଦର ଥାନା ପୋଲିସ ପ୍ରତାପକୃର୍ଷଚନ୍ଦ୍ରପୁର ବଡ଼ ସାହିର ଜି. ପ୍ରକାଶ, ଜି. ପ୍ରଦୀପ, ମନୋଜ ସାହୁ, ବଳରାମ ଗୌଡ଼, କେ. ଭଗବାନକୁ ଗିରଫ କରିଛି । ସେମାନଙ୍କ ଠାରୁ ଆକ୍ରମଣ ସମୟରେ ବ୍ୟବହୃତ ହୋଇଥିବା ଗୋଟିଏ ଖଣ୍ଡା, ଦୁଇଟି କାତି, ୩ ଟି କାଠ ଫାଳିଆ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଆଇ ପିସି ଧାରା ୩୪୧,୨୯୪,୩୨୬,୩୦୭,୩୪ କୋଟ ର୍ ଚାଲାଣ କରାଯାଇଥିବା ଅତିରିକ୍ତ ଏସ୍‌ପି ରମେଶଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.