ବିମାନବନ୍ଦରରୁ ହୋଟେଲ ଯାଏଁ ସବୁଠି ରହିବ କଡା ସୁରକ୍ଷା ବ୍ୟବସ୍ଥା : ଡିସିପି

ଭୁବନେଶ୍ବର : କଟକ ବାରବାଟୀ ମ୍ୟାଚ୍ ପାଇଁ କମିଶନରେଟ୍ ପୋଲିସର ପ୍ରସ୍ତୁତି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । ଭୁବନେଶ୍ବର ଏୟାରପୋର୍ଟଠାରୁ ହୋଟେଲରେ ରହିବା ପର୍ଯ୍ୟନ୍ତ ଏବଂ ହୋଟେଲରୁ ବାରବାଟୀ ଯାଏଁ ସବୁଠି ସୁରକ୍ଷା ପାଇଁ ଚାଲିଛି ପ୍ରସ୍ତୁତି । ୨୧ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଭୁବନେଶ୍ବର ୟୁପିଡିର ସବୁ ଅଫିସରଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯିବ । ଖେଳାଳି ପହଞ୍ଚିବାଠାରୁ ନେଇ ହୋଟେଲରେ ରହିବା ଏପରିକି ଷ୍ଟାଡିୟମରେ ପହଞ୍ଚିବା ପର୍ଯ୍ୟନ୍ତ ଯେଉଁ ସୁରକ୍ଷା ବ୍ୟବସ୍ଥା କରାଯିବ ସେଥିରେ ଯେପରି କୌଣସି ତ୍ରୁଟି ନହେବ ତାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

nis-ad
Leave A Reply

Your email address will not be published.