ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କରି ସ୍ୱାମୀ ଗିରଫ

ଭୁବନେଶ୍ୱର: ଅଗ୍ନିଙ୍କୁ ସାକ୍ଷୀରଖି ହାତ ଧରିଥିଲେ। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା ନେଇଥିଲେ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲେ। ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଅଭିଯୁକ୍ତ ଜଣକ ହେଲେ ସରୋଜ କୁମାର ଦାସ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସରୋଜକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

ପୁଲିସର ସୂଚନା ଅନୁସାରେ, ସରୋଜର ସ୍ତ୍ରୀ ଘରୋଇ ସହାୟକ ଭାବେ କାମ କରନ୍ତି। ସରୋଜ ଜଣେ ପାଇପ୍ ମିସ୍ତ୍ରୀ। ସେ ଭଦ୍ରକରେ ରହି କାମ କରେ। ସରୋଜ ତା’ର ସବୁ ଟଙ୍କା ନିଶାରେ ଉଡ଼ାଇ ଦିଏ। ମଝିରେ ମଝିରେ ସ୍ତ୍ରୀଙ୍କଠାରୁ ଟଙ୍କା ନିଏ। ଏବେ କିଛି ଦିନ ହେଲା ସରୋଜକୁ ତା’ ସ୍ତ୍ରୀ ଟଙ୍କା ଦେବା ବନ୍ଦ କରି ଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ତେଣୁ ରାଗରେ ସରୋଜ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋଶାଲ୍‌ ମିଡିଆରେ ପୋଷ୍ଟ କରିଥିଲା। ଜଣେ ପଡ଼ୋଶୀ ସେହି ଫଟୋ ଦେଖି ସରୋଜର ସ୍ତ୍ରୀଙ୍କୁ ଜଣାଇଥିଲେ। ଏହା ପରେ ସେ ଭୁବନେଶ୍ୱର ଡିସିପି ଅଫିସ ଯାଇ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଥିଲେ।

nis-ad
Leave A Reply

Your email address will not be published.