ବହୁମୁଖୀ ସମବାୟ ସମିତି ନିର୍ବାଚନରେ ସମବାୟ ଆଇନ ଉଲଂଘନ ଅଭିଯୋଗ

       

ଦାରିଙ୍ଗବାଡ଼ି (୭/୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବୃହଦକାର ଆଦିବାସୀ ବହୁମୁଖୀ ସମବାୟ ସମିତି(LAMPCS)ର  ପରିଚାଳନା ପରିଷଦ ସଦସ୍ୟ /ସଦସ୍ୟା ପଦବୀ ପୂରଣ ନିମନ୍ତେ ଗତ କାଲି ନିର୍ବାଚନ  ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିଲା। ୧୫ଟି ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ଏଥି ମଧ୍ଯରୁ ନିର୍ବାଚନ ମଣ୍ଡଳୀ କ୍ରମିକ ସଂଖ୍ୟା-୧୧ନମ୍ବର ପଦବୀ ସଦସ୍ୟ ପ୍ରାର୍ଥୀ ଭାବେ ଜୟକାନ୍ତ ପ୍ରଧାନ ପ୍ରତିଦ୍ବନ୍ଦିତା କରୁଛନ୍ତି ଓ ୯ ନମ୍ବର ସଦସ୍ୟ ପ୍ରାର୍ଥୀ ଭାବେ ଦୁଃଖା ଗୌଡ଼  ପ୍ରତିଦ୍ବନ୍ଦୀତା   କରୁଛନ୍ତି । ଓଡ଼ିଶା ସମବାୟ ଆଇନ ୧୯୯୨ ର ଧାରା ୨୮(ଡି) ରେ ଉଲ୍ଲେଖ ଅଛି ଯେ କୌଣସି ବ୍ୟକ୍ତିଙ୍କ ପରିବାରର କେହି ସଦସ୍ୟ ସମବାୟ ସମିତିର ବେତନ ଭୋଗୀ କର୍ମଚାରୀ ହୋଇଥାନ୍ତି , ତେବେ ସେ ସମବାୟ ସମିତି ବା ଲ୍ୟାମ୍ସ  ନିର୍ବାଚନରେ ସଦସ୍ୟ ପଦବୀ ପାଇଁ ଲଢ଼ି ପାରିବେ ନାହଁ । ହେଲେ ଉକ୍ତ ଦାରିଙ୍ଗବାଡ଼ି ବୃହଦକାର ଆଦିବାସୀ ବହୁମୁଖୀ ସମବାୟ ସମିତିରେ ଦୁଃଖା ଗୌଡ଼ର ପୁଅ ମୁନା ଗୌଡ଼ ଓ ଜୟକାନ୍ତ ପ୍ରଧାନଙ୍କ ପୁଅ ସୁବ୍ରତ ପ୍ରଧାନ ଚାକରି କରି ସମବାୟ ସମିତିର ବେତନ ଭୋଗୀ କର୍ମଚାରୀ ହୋଇଛନ୍ତି । ଏହି କାରଣରୁ ୧.୬.୨୦୨୨ରିଖରେ ଦୁଃଖା ଗୌଡ଼ର ପ୍ରାର୍ଥୀ ପତ୍ର ନାକଚ କରିବା ପାଇଁ ଅନ୍ୟ ଜଣେ ସଦସ୍ୟ ପ୍ରାର୍ଥୀ ହେମାନନ୍ଦ ପ୍ରଧାନ ଲିଖିତ ଅଭିଯୋଗ ନିର୍ବାଚନ ଅଧିକାରୀଙ୍କୁ କରିଥିଲେ ମଧ୍ୟ ଏହାକୁ ଛପାଇଦେଇ ପ୍ରାର୍ଥୀ ପତ୍ର କାଇମ ରଖିଛନ୍ତି । ସେହିପରି ଜୟକାନ୍ତ ପ୍ରଧାନଙ୍କ ପ୍ରାର୍ଥୀ ପତ୍ର ନାକଚ କରିବା ପାଇଁ ଅନ୍ୟ ଜଣେ ସଦସ୍ୟ ପ୍ରାର୍ଥୀ ନାଗେଶ୍ୱର ପ୍ରଧାନ ଲିଖିତ ଅଭିଯୋଗ ନିର୍ବାଚନ ଅଧିକାରୀଙ୍କୁ କରିଥିଲେ ମଧ୍ୟ କାର୍ଯ୍ୟ କାରି ନକରି ଓଡ଼ିଶା ସମବାୟ ଆଇନ ୧୯୬୨ ର ଧାରା ୨୮(d)କୁ ଖୋଲାଖୋଲି ଉଲଂଘନ କରିଥିବା ଅଭିଯୋଗ କରିବା ସହିତ ଆଇନର ଆଶ୍ରୟ ନେଵାର ଚେତାବନୀ ଦେଇ ଜିଲାପାଳଙ୍କୁ ଅଭିଯୋଗ ଜଣାଇଥିବା ଜଣାପଡିଛି।  ସେହିପରି ନିର୍ବାଚନ ମଣ୍ଡଳୀର ୬ନମ୍ବର ସଦସ୍ୟ ପ୍ରାର୍ଥୀ ଭାବେ ଦେବାନନ୍ଦ ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, ହେଲେ ଏହାର ପ୍ରସ୍ତାବକ ପାଡେନକେତା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁକାନ୍ତ ପ୍ରଧାନ ରହିଥିବା ଅଭିଯୋଗ ହୋଇଛି। ସରକାରୀ ଚାକିରିୟା ବୃହଦକାର ଆଦିବାସୀ ବହୁମୁଖୀ ସମବାୟ ସମିତି(LAMPCS)ର ସଦସ୍ୟ ହେବାକଥାନୁହଁ। ହେଲେ ଅନୁମାନ କରାଯାଉଛି ଯେ ଶିକ୍ଷକ ଜଣକ ନିଜର ବୃତ୍ତି ବା ପଦବୀକୁ ଲୁଚାଇ ଚାଷୀ ଭାବେ ପଞ୍ଜିକୃତ  କରିଥିବା ଅଭିଯୋଗ କରିଛନ୍ତି । ପ୍ରଶାସନ ଏହାର ତଦନ୍ତ କରି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣତ କରିବାକୁ ଦାବୀ ହୋଇଛି । ସେହିପରି ବ୍ରାହ୍ମଣୀଗାଁ ସମବାୟ ଶାଖା ଅଧୀନରେ ଥିବା ୧୫ ଟି ଯୋନ ପାଇଁ ୧୭ଜଣ ନାମାଙ୍କନ କରିଛନ୍ତି। ସମବାୟ ଏ ଆର ସି ଏସ ସନ୍ତୋଷ ମଲିକ, ନିର୍ବାଚନ ଅଧିକାରୀ ଏସ ସଦାନନ୍ଦଙ୍କ ତତ୍ୱାବଧାନରେ ବ୍ରାହ୍ମଣୀଗାଁ ଲ୍ୟାମ୍ସ ଏମ ଡି ଅଜିତ ସିଂ, ଏକାଉଣ୍ଟାଣ୍ଟ ଲିପୁନ ସିଂ, ଲୋନ ଆସିଷ୍ଟାଣ୍ଟ ଅଜିତ ପରିଡା ଓ ବ୍ରାହ୍ମଣୀଗାଁ ଲ୍ୟାମ୍ପସ ସମସ୍ତ କର୍ମଚାରୀଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଭାବେ ନାମାଙ୍କନ କାର୍ଯ୍ୟ ସମାପ୍ତ ହୋଇଥିବା ଖବର ହସ୍ତଗତ ହୋଇଛି।

nis-ad
Leave A Reply

Your email address will not be published.