କୁହୁଳିଲା ରାଜନୀତିକ ହିଂସା : ଖଣ୍ଡା ଚୋଟ ରେ ୩ ଆହତ ଜଣେ ଗୁରୁତର…

ବ୍ରହ୍ମପୁର ସାମ୍ବାଦିକ //ନିସର୍ତ୍ତ ନିୟୁଜ

ବ୍ରହ୍ମପୁର : ସଦର ଥାନା ଅନ୍ତଗର୍ତ ମସିହାଖୋଲି ଅଞ୍ଚଳ ରେ ପୁଣି ବୁଲିଛି ଖଣ୍ଡା l ଏଥିରେ କଂଗ୍ରେସ ର ପୂର୍ବତନ ସରପଞ୍ଚ ମୋନଜ ସେଠି ଆହତ ହେଇଥିବା ଜଣାପଡିଛି l ବର୍ତ୍ତମାନ ର ସରପଞ୍ଚ ଏବଂ ତାଙ୍କ ସହଯୋଗୀ ଙ୍କ ଦ୍ଵାରା ଏହି ପରି ଉନ୍ମୋତକାଣ୍ଡ ଘୋଟଇଥିବା ନେଇ ସଦର ଥାନା ରେ ଅଭିଯୋଗ ହେଇଛି l ସଦର ଏସ ଡି ପି ଓ ଶିବ ଶଙ୍କର ମହାପାତ୍ର ଏବଂ ସଦର ଥାନା ଅଧିକାରୀ ଘଟଣା ସ୍ଥାନ ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l ସୂଚନା ଥାଉକି ପୂର୍ବ ରୁ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ରାଜନୀତି କୁ ନେଇ ଗୋଷ୍ଠୀସଂଘର୍ସ ଦେଖିବାକୁ ମିଳିଥିଲା l ହେଲେ ଅନେକ ଦିନର ବ୍ୟବଧାନ ପରେ ସାମାନ୍ୟ ଘଟଣା କୁ ନେଇ ବଚସା ପରେ ମାରପିଟ ହେବା ଦେଖା ଯାଇଛି ସୂଚନା ରୁ ଜଣାପଡିଛି କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମସିହାଖାଲି ଗ୍ରାମପଞ୍ଚାୟତ ରେ ଶୀତଳ ଷଷ୍ଠି ଉପଲକ୍ଷେ ଏକ ନାଟକ ଅନୁଷ୍ଠିତ ହୋଇଥିଲା ଯେଉଁଠି

କାଉଖେତ ଗ୍ରାମର କିଛି ଲୋକଙ୍କୁ ମସିହାଖାଲି ସରପଞ୍ଚ k. ବୁଲୁ ଙ୍କ ତତ୍ଵା ଅବଧାନରେ ଚାଲିଥିବା ନାଟକ ରେ ସଂମ୍ମାନିତ କରାଯାଇଥିଲା ଯାହାକୁ ମସିହାଖାଲି ଗ୍ରାମର କିଛି ଲୋକ ବିରୋଧ କରିଥିଲେ ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା କିନ୍ତୁ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଙ୍କୁ ବୁଝା ସୁଝା କରି ପରିସ୍ଥିତି କୁ ସମ୍ଭାଳି ଥିବା ବେଳେ ମଧ୍ୟ ରାତ୍ର ପ୍ରାୟ ୧. ୩0 ରେ ମସିହା ଖାଲି ନିକଟ ଏକ ବନ୍ଧକୁ ଶୌଚ ପାଇଁ ମୋନଜ ସେଠି, ଶଙ୍କର ଜେନା, ଦୁର୍ଗା ପ୍ରଧାନ ସମତ କିଛି ଲୋକ ଯାଉଥିଲା ବେଳେ କାଉଖେତ ର କିଛି ଲୋକ ଖଣ୍ଡା, କାତି, ଓ ଠେଙ୍ଗାରେ ହଟାତ ଆକ୍ରମଣ କରିଥିଲେ ଯାହା ଫଳରେ ମୋନଜ ସେଠି, ଦୁର୍ଗା ପ୍ରଧାନ, ଓ ଶଙ୍କର ଜେନା ଆହତ ହୋଇଥିବା ସୂଚନା ମିଳିଛି l ଗାଁ ର କିଛି ଲୋକ ସେମାନଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କୁ ଆଣି ଥିଲେ ସେଥି ମଧ୍ୟରୁ ମନୋଜ ସେଠି ଙ୍କ ସ୍ୱାସ୍ଥ୍ୟ ସଂକଟାପର୍ଣ୍ଣ ଥିବା ଯୋଗୁ ତାଙ୍କୁ ବିଶାଖାପାଟଣା ସ୍ଥାନନ୍ତରିତ କରିଥିବା ଜଣା ପଡିଛି l ସଦର ଏସ ଡ଼ି ପି ଓ ଶିବଶଙ୍କର ମହାପାତ୍ର ଓ ସଦର ଥାନା ଅଧିକାରୀ ଗତ ରାତ୍ର ରୁ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମସିହାଖାଲି ଓ କାଉଖେତ ଗ୍ରାମ କୁ ଏକ ରକମ ପୋଲିସ ଛାଉଣୀ କରିବା ସହିତ ଆଜି ଉକ୍ତ ଘଟଣା ରେ ଲିପ୍ତ ଥିବା ଚାରି ଜଣକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ପୋଲିସ ଘଟଣା କୁ ଅତି ଗୁରୁତ୍ୱ ସହିତ ନେଇ ପରିସ୍ଥିତି ଉପରେ ତୀକ୍ଷଣ ଦୃଷ୍ଟି ରଖିଛି ଏବଂ ଅତି ଶୀଘ୍ର ସମସ୍ତ ଅଭିଯୁକ୍ତ କୁ ଧରାଯିବ ବୋଲି ପୋଲିସ କହିଛି, ସୂଚନା ଥାଉକି ପୁଣି ଏହି ଅଞ୍ଚଳ ରେ କଥା କଥା ରେ ଖଣ୍ଡା ବାହାରୁଛି ଯାହା କି ସାଧାରଣ ଲୋକଙ୍କ ମୁଣ୍ଡ ବଥା ର କାରଣ ପାଲଟିଛି l ପୋଲିସ ର ସୂଚନା ମୁତାବକ ଗୋଷ୍ଠୀ ସଂଘର୍ଷ ଯେପରି ଆଉ ଉଗ୍ର ରୂପ ନନିଏ ସେଥିପ୍ରତି ଦୃଷ୍ଟି ରଖିବା ସହିତ ଅଭିଯୁକ୍ତ କିଏ ବା ହେଉ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦେବା ସହିତ ଆଗାମୀ ଦିନରେ ଏହି ଭଳି ପରିସ୍ଥତି ଯେପରି ନ ଘଟେ ସେଥିପ୍ରତି ପୋଲିସ ଦୃଷ୍ଟି ଦେବ ବୋଲି ସୂତ୍ରରୁ ଜଣା ପଡିଛି l

nis-ad
Leave A Reply

Your email address will not be published.