ରାଜଧାନୀରୁ ଜବତ ହେଲା ୨ କେଜିରୁ ଅଧିକ ବ୍ରାଉନସୁଗାର

ଭୁବନେଶ୍ୱର: ଭୁବନେଶ୍ବର ଏମ୍‌ମ୍ସ ନିକଟରୁ ସୋମବାର ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ବେଆଇନ ଚାଲାଣ ବେଳେ ଏସଟିଏଫ୍‌ ଟିମ୍‌ ଚଢ଼ାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ। ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୩ ଜଣ ହେଲେ ତମାଣ୍ଡୋ ରଣସିଂହପୁରର ଭାଗୀରଥି ଭଟ୍ଟ, ବାଲିପାଟଣାର ବିଶ୍ବଜିତ ନାୟକ ଓ ଖଣ୍ଡଗିରିର ଅଞ୍ଚଳର ଚନ୍ଦନ ମଲ୍ଲୀକ ।

ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୦୨୦ରୁ ଏବେ ସୁଦ୍ଧା ୫୪ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ କୋକେନ, ୧୦୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ, ୭୫୦ ଗ୍ରାମ ଅଫିମ ଜବତ ହୋଇଥିବା ବେଳେ ୧୫୦ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରାଯାଇଛି ।

nis-ad
Leave A Reply

Your email address will not be published.