ବାଇକ ଦୁର୍ଘଟଣା : ଦୁଇ ଆହତ

ଦାରିଙ୍ଗବାଡି,( ୬/୬) : ୫୯ ନଂ ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ମେଡିକାଲ ନିକଟରେ ବାଇକ ଦୁର୍ଘଟଣା ଘଟି ଦୁଇ ଜଣ ଆହତ ହୋଇଛନ୍ତି । ଆହତ ଦୁଇ ଜଣ ହେଲେ ସୁଗାନକେତା ଗ୍ରାମର ଜୁନିତା ପ୍ରଧାନ(୩୩) ଓ ମାନସ ପ୍ରଧାନ(୧୯) । ଦୁଇ ଜଣ ମିଶି ସିମନବାଡି ଗ୍ରାମ ରୁ ନିଜ ଗ୍ରାମ ସୁଗାନକେତା ଗ୍ରାମକୁ ବାଇକ ଯୋଗେ ଫେରୁଥିବା ସମୟରେ ସିମନବାଡ଼ି ମେଡିକାଲ ସାମ୍ନାରେ ଏକ ଘୁଷୁରୀ ଆସିବାରୁ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଜୁନିତା ପ୍ରଧାନ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ମାନସ ପ୍ରଧାନ ସାମାନ୍ୟ ଆହତ ହୋଇ ଦାରିଙ୍ଗବାଡ଼ି ମେଡିକାଲରେ ଚିକିସ୍ତିତ ହୋଇଥିଲେ ।

nis-ad
Leave A Reply

Your email address will not be published.