ସାଇବର ପୋଲିସ ପଞ୍ଝାରେ ସାଇବର ଠକ, ଚାକିରି ଦେବାକୁ ଠକିଥିଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ସାଇବର ଠକଙ୍କ ଠକେଇ ବଢୁଥିବା ବେଳେ ଦୁର୍ବୁତ୍ତଙ୍କୁ ଧରିବା ପୋଲିସ୍ ପ୍ରତି ଏକ ଚ୍ୟାଲେଞ୍ଜିଂ ହୋଇପଡ଼ିଯାଇଛି । କିନ୍ତୁ ବର୍ତ୍ତମାନ ସାଇବର ଥାନା ପୋଲିସ ହାତରେ ଧରାପଡ଼ିଛି ଜଣେ ସାଇବର ଠକ । ବିଭିନ୍ନ ବଡ଼ ବଡ଼ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ଠକୁଥିଲା ସାଇବର ଠକ । ଅନେକ ଶିକ୍ଷିତ ବେରୋଜଗାରୀମାନେ ଏହି ଜାଲରେ ପଡ଼ିଥିବା ବେଳେ ଲକ୍ଷେ ଲକ୍ଷେ ଟଙ୍କାର ଲାଞ୍ଚ ମଧ୍ୟ ନିଆଯାଉଥିଲା ।

ପରେ ପୋଲିସ୍ ପାଖରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ଆକ୍ସନ ମୂଡ଼୍ କୁ ଆସିଥିଲା ପୋଲିସ୍ । ଏହା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ବିଭିନ୍ନ ଖବରକାଗଜ ମାଧ୍ୟମରେ ନାଲକୋ, ଏନଟିପିସି, ଲାନକୋ, ସିମ୍ପ୍ଲେକ୍ସ ଭଳି ବଡ଼ ବଡ଼ କମ୍ପାନୀ ରେ ଚାକିରୀ ଦେବା ନାଁରେ ବିଜ୍ଞାପନ ଦିଆଯାଉଥିଲା ।

ଯେଉଁଥିରେ ଅନେକ ଛାତ୍ରଛାତ୍ରୀ ଫଶୁଥିଲେ । ତେବେ ବର୍ତ୍ତମାନ ଦିଲ୍ଲୀପକୁ ଗିରଫ କରିବା ସହ ଚାରୋଟି ବ୍ୟାଙ୍କ୍ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ଲିପ୍ତ ଅଛନ୍ତି ତାର ମଧ୍ୟ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

nis-ad
Leave A Reply

Your email address will not be published.