ୟୁଜି-ପିଜି ନାମଲେଖା, ସାମ୍ସରେ ଦାଖଲ ହେବନି ନାମଲେଖା ଫି

ଭୁବନେଶ୍ୱର: ଏଣିକି ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖାରେ ସାମ୍ସରେ ଆଉ ନାମଲେଖା ଫି ଦାଖଲ ହେବନି । ଯେଉଁ କଲେଜରେ ଛାତ୍ରଛାତ୍ରୀଙ୍କ ଚୟନ ହେବ ସେଠାରେ ନାମଲେଖା ସରିବ ପରେ ହିଁ ନାମଲେଖା ଫି’ ଦାଖଲ କରିବେ । ପୂର୍ବବର୍ଷ ଭଳି ଇ-ଆଡମିଶନରେ ଫି ଦାଖଲ କରାଯିବନି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

nis-ad
Leave A Reply

Your email address will not be published.