ଦରକାର ପଡ଼ିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କରୋନା ସଂକ୍ରମଣର ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୫ ରାଜ୍ୟରେ କରୋନା ସଂକ୍ରମଣ ବଢିଛି। ପ୍ରିକସନ୍‌ ସହ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ହେଲେ ଆମ ରାଜ୍ୟରେ ସ୍ଥିତି ଭଲ ଥିବା ବେଳେ ସର୍ଭେଲାନ୍ସ ଜାରି ରହିଛି।

ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଟେଷ୍ଟିଂ ଚାଲିଛି। ପଜିଟିଭ୍‌ ବାହାରିଲେ ପୂର୍ବଭଳି ବ୍ୟବସ୍ଥା ଲାଗୁ କରାଯିବ। ଯଦି ଦରକାର ପଡ଼େ, ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଅନ୍ୟପଟେ, ଦେଶରେ ଦୃତ ଗତିରେ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ପାଉଛି ସଂକ୍ରମଣ। ତେବେ ସଂକ୍ରମଣକୁ ରୋକିବା ଲାଗି ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ଜଣାଇଛନ୍ତି। ନିୟମିତ ଭାବେ ପରୀକ୍ଷା, ସ୍କ୍ରିନିଂ, ଟିକାକରଣ ଜାରି ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି।

nis-ad
Leave A Reply

Your email address will not be published.