ଡାଟା ଓ କଣ୍ଟାକ୍ଟ ଲିଷ୍ଟକୁ ନେଇ ବ୍ଲାକମେଲ କରୁଛି ସାଇବର ହ୍ୟାକର

ସାଲେପୁର: ଫେସବୁକରେ ଆସିଲା ଇନଷ୍ଟାଣ୍ଟ ଲୋନର ମେସେଜ । ଲିଙ୍କରୁ ଡାଉନଲୋଡ଼ ହେଲା ଆପ୍ସ । ଆଉ ତାପରେ ଏକାଉଣ୍ଟକୁ ଆସିଲା ୩ ହଜାର ୮୫୦ଟଙ୍କା । ହେଲେ ସେତେବେଳେକୁ ମୋବାଇଲ ଫୋନରୁ ସବୁ ଡାଟା ଚାଲିଯାଇଥିଲା ହ୍ୟାକର ପାଖକୁ । ଆଉ ସେ ଡାଟା ଓ କଣ୍ଟାକ୍ଟ ଲିଷ୍ଟକୁ ନେଇ ଏବେ ବ୍ଲାକମେଲ କରିବା ସହ ଟଙ୍କା ମାଗୁଛି ହ୍ୟାକର ।

ଏହା ସହ କଣ୍ଟାକ୍ଟ ଲିଷ୍ଟରୁ ନମ୍ବର ନେଇ ଅନ୍ୟମାନଙ୍କୁ ମଧ୍ୟ ଠକୁଛି ସେ । ଏଭଳି ଠକେଇର ଶିକାର ହୋଇଛନ୍ତି ସାଲେପୁର ବିଶ୍ୱନାଥପୁର ଗାଁର ଇଜହାର ଅହମ୍ମଦ । ଇଜହାରଙ୍କ ସମସ୍ତ ବ୍ୟକ୍ତିଗତ ଡାଟା ସହ ସମସ୍ତ କଣ୍ଟାକ୍ଟ ଲିଷ୍ଟକୁ ମଧ୍ୟ ହ୍ଵାଟ୍ସଆପରେ ସେୟାର କରି ପ୍ରତି ମୁହୂର୍ତ୍ତରେ ଠାକୁଛି ସେ । ଏନେଇ ଇଜହାର ସାଇବର ପୋଲିସକୁ ଅନଲାଇନ ମାଧ୍ୟମରେ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.