ଖୋର୍ଦ୍ଧାର ଜବରଦସ୍ତପୁରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବ୍ରାଉନସୁଗାର କାରବାର । ପୁଣି 10 ଗ୍ରାମ ବ୍ରାଉନସୁଗାର ଜବତ କଲା ଆଦର୍ଶ ଥାନା ପୋଲିସ । ଖୋର୍ଦ୍ଧାର ଜବରଦସ୍ତପୁର ଅଞ୍ଚଳରୁ ବ୍ରାଉନସୁଗର ଜବତ କରାଯାଇ ଅଭିଯୁକ୍ତ କୃଷ୍ଣ ଧଳକୁ ଗିରଫ କରିଛି ପୋଲିସ ।

ସୂଚନାଅନୁଯାୟୀ, ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ନିଶାକାରବାର ବୃଦ୍ଧି ହେଉଥିବା ବେଳେ ବ୍ରାଉନସୁଗାର ମାଫିଆଙ୍କ ଉପରେ କଡା ନଜର ରଖିଛି ପୋଲିସ ଓ ଅବକାରୀ ବିଭାଗ । ତେବେ ଆଜି ସ୍ଥାନୀୟ ଜବରଦସ୍ତପୁର ଅଞ୍ଚଳରେ ବ୍ରାଉନ ସୁଗାର କାରବାର ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ପୋଲିସର ଏକ ଟିମ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ପୋଲିସ 10 ଗ୍ରାମ ବ୍ରାଉନସୁଗାର ଓ ନଗଦ 28 ହଜାର 540 ଟଙ୍କା ଜବତ କରିବା ସହ ଅଭିଯୁକ୍ତ କୃଷ୍ଣ ଧଳକୁ ଗିରଫ କରିଥିଲା ପୋଲିସ । ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.