ଓଡ଼ିଶାରେ ପ୍ରଥମ ଥର ପାଇଁ ଗଡ଼ିବ ଡବଲ୍‌ ଡେକର୍‌ ଟ୍ରେନ୍‌

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ଡବଲ ଡେକର ଟ୍ରେନ୍‌ ଚାଲିବ । ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ବଦଳରେ ଡବଲ ଡେକର ଟ୍ରେନ ଚଳାଇବାକୁ ଯୋଜନା କରିଛି ରେଳ ମନ୍ତ୍ରାଳୟ । ମିଳିଥିବା ସୂଚନା ମୁତାବକ ଦକ୍ଷିଣ ପୂର୍ବ ରେଲପଥର ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଏକ ଡବଲ୍‌ ଡେକର୍‌ ଟ୍ରେନ୍‌ ଚାଲିବ । ଏହି ଟ୍ରେନ୍‌ ରାଉରକେଲାରୁ ଭୁବନେଶ୍ୱର ଷ୍ଟେସନ ପର୍ଯ୍ୟନ୍ତ ଚାଲିବ ।

ଯୋଜନା ମୁତାବକ ରାଉରକେଲା ଭୁବନେଶ୍ୱର ମଧ୍ୟରେ ଚାଲିଥିବା ଇଣ୍ଟରସିଟି ଏକ୍ସପ୍ରେସ୍‌କୁ ଡବଲ ଡେକର୍‌ ଟ୍ରେନରେ ରୂପାନ୍ତର କରିବାର ଯୋଜନା ରହିଛି । ତେବେ ଏହା କାର୍ଯ୍ୟକାରୀ ହେଲେ ପୂର୍ବତଟ ରେଳପଥ ଶୀଘ୍ର ଡବଲ୍‌-ଡେକର୍‌ ଟ୍ରେନ ପାଇବ । ତେବେ ଆସନ୍ତା ଜୁଲାଇରୁ ରାଉରକେଲା-ଭୁବନେଶ୍ୱର ମଧ୍ୟରେ ଏହା ଚାଲିବା ଆରମ୍ଭ କରିବ । ପୂର୍ବତଟ ରେଳପଥ ଡବଲ ଡେକର୍‌ ଟ୍ରେନ୍‌ର କାର୍ଯ୍ୟ ସମ୍ପର୍କରେ ଦକ୍ଷିଣ ପୂର୍ବ ରେଳପଥର ପ୍ରିନ୍ସିପାଲ ମୁଖ୍ୟ ଅପରେସନ୍‌ ମ୍ୟାନେଜର୍‌ଙ୍କୁ ଏକ ଚିଠି ଲେଖିଥିଲେ । ଏହି ଚିଠି ମାଧ୍ୟମରେ ରାଉରକେଲା-ଝାରସୁଗୁଡା ମଧ୍ୟରେ ଡବଲ-ଡେକର୍‌ ଟ୍ରେନ୍‌ ଚଳାଇବା ପାଇଁ କ୍ଲିୟରାନ୍ସ ମଗାଯାଇଥିଲା ।

ଆଉ ଚକ୍ରଧରପୁର ରେଳ ଡିଭିଜନ୍‌ ରାଉରକେଲା-ଝାରସୁଗୁଡା ମଧ୍ୟରେ ଡବଲ୍‌ ଡେକର୍‌ ଟ୍ରେନ୍‌ ଚଳାଇବା ପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ କରିଛି । ଏହା ଅଧୀନରେ ୨୫ ହଜାର ଭୋଲ୍ଟ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାରକୁ ଉଚ୍ଚ କରି କ୍ଲିୟରାନ୍ସ ଦିଆଯାଇଛି । କ୍ଲିୟରାନ୍ସ ପାଇବା ପରେ ଭୁବନେଶ୍ୱର ଏବଂ ରାଉରକେଲା ଷ୍ଟେସନ ମଧ୍ୟରେ ଡବଲ ଡେକର ଟ୍ରେନ ଶୀଘ୍ର କାର୍ଯ୍ୟକ୍ଷମ ହେବ । ପୂର୍ବରୁ ସ୍ଥାନୀୟ ଜନସାଧାରଣ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଡବଲ ଡେକର ଟ୍ରେନ୍‌ ଚଳାଇବାକୁ ଦାବି କରିଥିଲେ । ପରେ ରେଳ ମନ୍ତ୍ରୀଙ୍କ ଉଦ୍ୟମରେ ଭୁବନେଶ୍ୱର ଏବଂ ରାଉରକେଲା ଷ୍ଟେସନ ମଧ୍ୟରେ ଡବଲ ଡେକର ଟ୍ରେନ୍‌ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସୂଚନା ଥାଉ କି ବର୍ତ୍ତମାନ ଦେଶର ୧୩ଟି ରୁଟ୍‌ରେ ଡବଲ ଡେକର୍‌ ଟ୍ରେନ ଚଳାଚଳ କରୁଛି ।

nis-ad
Leave A Reply

Your email address will not be published.