ଜାଗୃତି ପକ୍ଷରୁ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇଁ ସଚେତନ କର୍ମଶାଳା

ଦାରିଙ୍ଗବାଡ଼ି, (୦୩/୦୬) : ଦାରିଙ୍ଗବାଡି ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଜାଗୃତି” ପକ୍ଷରୁ ନୂତନ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ରହିଥିବା ସ୍ୱାସ୍ଥ୍ୟ ତଥା ସାମାଜିକ ସମସ୍ୟାକୁ ଉପରେ ଏକ ଆଲୋଚନା ଚକ୍ର ଗୁରୁବାର ଦିନ ଜାଗୃତି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦେଖା ଦେଇଥିବା ଅପପୃଷ୍ଟି, ଶିଶୁ ଓ ମାତୃ ମୃତ୍ୟୁ, ବାଲ୍ୟ ବିବାହ , ପ୍ରବାସୀ ଶ୍ରମିକ ତଥା ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ଶୋଷଣ କରାଯାଉଥିବା ବିଭିନ୍ନ ସମସ୍ୟା ଗୁଡିକୁ ନେଇ ଆଲୋଚନା କରା ଯାଇଥିଲା। ଜାଗୃତିର ସମ୍ପାଦକ କୈଳାଶ ଦଣ୍ଡପାଟଙ୍କ ଦ୍ୱାରା ଆଲୋଚନା ଚକ୍ର ପରିଚାଳିତ ହୋଇଥିବା ବେଳେ ସମ୍ମାନିତ ଅତିଥିଭାବେ ସମିତି ଉପାଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପ୍ରଧାନ, ସିଡିପିଓ ଅଞ୍ଜଳି ମହାପାତ୍ର, ଗ୍ରାମ ବିକାଶ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ଶ୍ରୀ ଜୋଭିନ ଉପସ୍ଥିତ ରହିଥିଲେ।ଆଲୋଚନା ଚକ୍ରରେ ଦାରିଙ୍ଗବାଡ଼ି, ସିଆଙ୍ଗବାଲି, ଭ୍ରମରବାଡ଼ି, ଦନେକବାଡି, ବାଡ଼ାବାଙ୍ଗା, ତିଲୋରୀ, କିରୀକୁଟି, ବୁଡ଼ାଗୁଡା, ଶ୍ରାନିକେତା, ପର୍ତ୍ତମାହା, ପ୍ଲିହେରି, ଦାସିଙ୍ଗବାଡି, ତାଜୁଙ୍ଗି ଓ ହାତିମୁଣ୍ଡା ଆଦି ଗ୍ରାମ ପଞ୍ଚାୟତ ସରପଞ୍ଚ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସିଡିପିଓ ଶ୍ରମତୀ ମହାପାତ୍ର ଅପପୃଷ୍ଟିକୁ ରୋକିବା ପାଇଁ ସରକାରଙ୍କ ଯୋଜନା ସମ୍ପର୍କରେ ବହୁ ସୁନ୍ଦର ଭାବେ ବୁଝାଇବା ସହିତ ବାଲ୍ୟ ବିବାହ ରୋକିବାକୁ ଜନ ପ୍ରତିନିଧିଙ୍କୁ ସହାୟତା ମାଗିବା ସହିତ ପର୍ଯ୍ୟାୟ କ୍ରମେ ବ୍ଲକ ଅଂଚଳର ସମସ୍ତ ଗ୍ରାମରେ ବାଲ୍ୟ ବିବାହ ରୋକିବାକୁ ଆହ୍ୱାନ ଦେଇଥିଲେ। ସେହି ଭଳି ଗ୍ରାମ ବିକାଶର ପକଳ୍ପ ସଂଯୋଜକ ଦାରିଙ୍ଗବାଡି ବ୍ଲକ ତଥା ଜିଲାରେ ବଢୁଥିବା ପ୍ରବାସୀ ଶ୍ରମିକ ରୋକିବା, ମାଲିକ ମାନଙ୍କ ଦ୍ୱାରା ନିର୍ଯାତନା ପାଉଥିବା ଶ୍ରମିକଙ୍କ ସାମାଜିକ ସୁରକ୍ଷା ପ୍ରତିଦୃଷ୍ଟି ଦେବା ଆଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଜାଗୃତି ଓ ଗ୍ରାମବିକାଶର ମିଳିତ ସହଯୋଗରେ ଏହିସବୁ ସମସ୍ୟାର ସମାଧାନ କରାଯିବାର ନିଷ୍ପତି ନିଆଗଲା। ଜାଗୃତିର ପ୍ରକଳ୍ପ ସଂଯୋଜକ ଧନେଶ୍ୱର ମହାପାତ୍ରଙ୍କ ଧନ୍ୟବାଦ ପରେ ଆଲୋଚନା ଚକ୍ରକୁ ସମାପ୍ତ କରା ଯାଇଥିଲା।

nis-ad
Leave A Reply

Your email address will not be published.