ଖଇରପୁଟରେ BSF ତରଫରୁ ସଚେତନତା ଶିବିର ଓ ଭଲିବଲ ମ୍ୟାଚ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ଘଟ ପଞ୍ଚାୟତ ର ଆଦର୍ଶ ବିଦ୍ୟାଳୟ ଠାରେ bsf 151 ବାଟାଲିୟନ f coy ଖଇରପୁଟ ଦ୍ଵାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ରଞ୍ଜିତ ନାୟକ ଙ୍କ ସମେତ ୧୦ ଜଣ ଶିକ୍ଷକ ଓ ୯୦ ବାଳିକା ଓ ୮୦ ବାଳକର°କୁ ମିଶାଇ ମୋଟ ୧୮୦ ଜଣ ଭାଗ ନେଇଥିଲେ,ଏହି କାର୍ଯ୍ୟକ୍ରମ ରେ bsf ର କମ୍ପାନୀ କମାଣ୍ଡର ଶ୍ରୀ ଯଶବନ୍ତ ସାମଲ bsf ର ନକ୍ସଲ ଅଞ୍ଚଳରେ ଭୂମିକା ,ଦେଶ ର ଜାତୀୟ ସୁରକ୍ଷାରେ ଛାତ୍ର ଛାତ୍ରୀ ମାନଙ୍କ ର ଭୂମିକା ସମେତ ,କିପରି ଅର୍ମୋଡ ଫୋର୍ସ ସେ ଜଏନ କରି ପରିବାର ଉପାୟ,ସମେତ ସରକାର ଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ କ୍ରମ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ l ଛାତ୍ର ଛାତ୍ରୀ ମାନେ କେମିତି ଦେଶର ଭବିଷ୍ୟତ ର ଡୋରି ମଜଭୁତ କରି ମୁଖ୍ୟ ଧାରାରେ ଏକ ଗୁରୁତତ୍ୱପୂର୍ଣ ଭୂମିକା ନେବା ର ମୂଳ ମନ୍ତ୍ର ଦେଇଥିଲେ,ସମସ୍ତ ଙ୍କୁ ସୁସ୍ଥ ରହିବାର ଟିପ୍ସ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ଭାରତ ମାତାକି ଜୟ କହିବା ସହ bsf ର ଏପରି କାମ କୁ ସ୍ବାଗତ କରିଥିଲେ । ଏହାପରେ ଏକ ବନ୍ଧୁତ୍ବପୂର୍ଣ୍ଣ ଭଲି ବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଭଲି ବଲ ମ୍ୟାଚରେ BSF ଦଳ ସହିତ ଖଇରିପୁଟ ଗ୍ରାମର ସହିଦବୀର ଲକ୍ଷ୍ମଣ ନାୟକ କ୍ଲବ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମ୍ୟାଚରେ ଖଇରିପୁଟ ଗ୍ରାମ ବିଜୟ ହୋଇଥିଲା । ଖଇରିପୁଟ ପଞ୍ଚୟତ ର ସରପଞ୍ଚ ଏବଂ BSF କମ୍ପାନୀ କମାଣ୍ଡର ଯଶୋବନ୍ତ ସାମଲ ବିଜେତା ଦଳକୁ ଭଳି ବଲ ଓ ନେଟ ପ୍ରଦାନ କରିଥିଲେ । BSF ର ଏପରି କାର୍ଯ୍ୟକ୍ରମ କୁ ପଞ୍ଚାୟତର ଲୋକେ ପ୍ରଂସଶା କରିବା ସହ ଆଧୁନିକ ଭାରତ ନିର୍ମାଣ ରେ ସହାୟକ ହେବେ ବୋଲି ସହମତି ଦେଇଥିଲେ । ଏହି ଖେଳକୁ Bsf ଖଇରିପୁଟ କ୍ୟାମ୍ପର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.