ବିଧାୟକଙ୍କ ଆପାର୍ଟମେଣ୍ଟ ନିର୍ମାଣ ମାମଲା: ଗଛକଟା ବନ୍ଦ କଲେ ହାଇକୋର୍ଟ

କଟକ: ରାଜଧାନୀରେ ବିଧାୟକଙ୍କ ପାଇଁ ଗଛକାଟି ଅତ୍ୟାଧୁନିକ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗ । ପୁରା ଘଟଣାର ସମ୍ପୂର୍ଣ୍ଣ ଜବାବ ମାଗିଛନ୍ତି ହାଇକୋର୍ଟ । ସମାଜସେବୀ ଜୟନ୍ତ ଦାସଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ସତ୍ୟପାଠ ମାଧ୍ୟମରେ ତଥ୍ୟ ରଖିବାକୁ ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି କେତେ ଗଛ କଟାଯାଇଛି ,କେଉଁ ଉଦ୍ଦେଶ୍ୟରେ କଟାଯାଇଛି, ଏହା ଆଇନ ଅନୁଯାୟୀ କଟାଯାଇଛି କି ନାହିଁ ସମସ୍ତ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁରା ଘଟଣାର ବିସ୍ତୃତ ତଥ୍ୟ ମାଗିଛନ୍ତି । ଜୁନ ୨୭ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଗଛ କାଟିବା ବନ୍ଦ କରିବା ପ୍ରାର୍ଥନା କରି ସମାଜସେବୀ ଜୟନ୍ତ ଦାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ ।

ଗଛ କାଟିବା ବନ୍ଦ କରିବା ସହ କଟାଯାଇଥିବା ଗଛ ଗୁଡିକର କ୍ଷତିପୂରଣ ଦେବାକୁ କୋର୍ଟରେ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇ ଏହି ମାମଲା ରୁଜୁ କରାଯାଇଛି ।

nis-ad
Leave A Reply

Your email address will not be published.