ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଓଡ଼ିଶା ସରକାର ଚଳାଇଥିବା ବେଆଇନ ଉତ୍‌ଖନନ ଏବଂ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରି ଆଜି ସୁପ୍ରିମ୍‌ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଅଦାଲତ ଏହି ମାମଲାର ରାୟ ଶୁଣାଇବେ।

ବିଚରପତି ବି.ଆର୍‌. ଗୱାଇ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟରୁ ରାଜ୍ୟ ସରକାରଙ୍କୁ ବିରତ କରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ଆଗତ ଦୁଇଟି ସ୍ବତନ୍ତ୍ର ‘ଲିଭ୍‌ ପିଟିସନ୍‌’ର ଶୁଣାଣି କରିଛନ୍ତି। ମାତ୍ର ମାମଲାର ରାୟ ସଂରକ୍ଷିତ ରଖିଛନ୍ତି।

ପ୍ରଥମ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌ ମହାଲକ୍ଷ୍ମୀ ପାଭାନୀ ଉକ୍ତ ମାମଲାରେ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ଆଡ୍‌ଭୋକେଟ୍‌ ବିନୟ ନବରେ ଦ୍ବିତୀୟ ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାରେ ଯୁକ୍ତି ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅଶୋକ କୁମାର ପରିଜା ଏହି ମାମଲାର ପ୍ରତିନିଧିତ୍ବ କରୁଛନ୍ତି।

ନିର୍ମାଣ ବିରୋଧରେ ଯୁକ୍ତି କରିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ । ସେ କହିଥିଲେ ଯେ, ‘ ନିଷିଦ୍ଧାଞ୍ଚଳରେ ଆଦୌ ନିର୍ମାଣ ହୋଇପାରିବନି ବୋଲି ନିୟମ ରହିଛି । ସେମାନେ ଏମିତିକି ରେଗୁଲେଟଡ ଅଞ୍ଚଳ ପାଇଁ ବି ଅନୁମତି ଦେଇନାହାନ୍ତି । କୌଣସି ନିର୍ମାଣ କାମକୁ ଅନୁମତି କିମ୍ବା ମଞ୍ଜୁରୀ ଦିଆଯାଇନାହିଁ । ମନ୍ଦିରର ସୌନ୍ଦର୍ଯ୍ୟକରରଣ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ଯୋଗାଇବା ପ୍ରକଳ୍ପର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଆମେ ଯାହା ନିର୍ମାଣ କରୁଛୁ, ତାହା ପରିକ୍ରମା ଅଞ୍ଚଳର ମାତ୍ର ୧% । ଟଏଲେଟ, ଇଲେକ୍ଟ୍ରି ରୁମକୁ ଅନୁମତି ମିଳିଛି, ଯାହାକୁ ଏନଏମଏ ଅନୁମତି ଦେଇଛି । ଦୈନିକ ୬୦ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି, ସେଥିପାଇଁ ଟଏଲେଟ ନିର୍ମାଣ ଜରୁରୀ । ଟଏଲେଟ ପାଇଁ ଆମିକସକ୍ୟୁରୀ କହିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନଏମଏ କିନ୍ତୁ କୌଣସି ଆଇନସିଦ୍ଧ ସାର୍ଟିଫିକେଟ ଦେଇନାହାନ୍ତି । ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଅନୁମତି ଦିଆଯାଇନାହିଁ ।’

nis-ad
Leave A Reply

Your email address will not be published.