ନୂଆଦିଲ୍ଲୀର ଧରାପଡ଼ିଲା କିଡନୀ ରାକେଟ୍‌, ୧୦ ଗିରଫ

ନୂଆଦିଲ୍ଲୀ: ରୋଗ ହେଲେ ଡାକ୍ତର ହିଁ ଶେଷ ଭରସା। ଡାକ୍ତରମାନେ ହିଁ ପାଲଟିଯାଆନ୍ତି ଭଗବାନ। କିନ୍ତୁ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଏହି ମଣିଷ ରୂପି ଭଗବାନ ଏବେ ପାଲଟି ଯାଇଛି ଦଲାଲ। ଶହ ଶହ ରୋଗୀଙ୍କ ଜୀବନ ସହ ଖେଳି ଅର୍ଜୁଥିଲେ ପୁଳାପୁଳା ଟଙ୍କା। ରୋଗୀଙ୍କ ଅଙ୍ଗପ୍ରତ୍ୟେଙ୍ଗକୁ ବିକ୍ରି କରି ଟଙ୍କା ଗାଦିରେ ଶୋଉଥିଲେ ଚିକିତ୍ସକ। ଅନ୍ୟପଟେ ଏହି ଭଳି କିଛି ଡାକ୍ତରଙ୍କ ପାଖକୁ ଦୌଡି ଦୌଡି ଅଣ୍ଟିରୁ ଟଙ୍କା ଗଣି ଗଣି ନୟାନ୍ତ ହୋଇଯାଉଛନ୍ତି ରୋଗୀ। ଏଭଳି ଜଣେ ଦଲାଲ ରୂପି ଡାକ୍ତରଙ୍କ ପର୍ଦ୍ଦାଫାଶ ହୋଇଛି। ରାଜଧାନୀରେ ଧରାପଡିଛି କିଡନୀ ରାକେଟ୍‌। ଉକ୍ତ ଡାକ୍ତରଙ୍କ ସମେତ ୧୦ ଜଣଙ୍କୁ ବାନ୍ଧିଛି ପୁଲିସ।
ଦିଲ୍ଲୀ ପୁଲିସ ଏନ୍‌ସିଆର୍‌ର ଏକ ବଡ କିଡଦୀ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିବା ପରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସୁଛି। ଏହି ରାକେଟ୍‌ର ଟାର୍ଗେଟ୍‌ରେ ଥିଲେ ୨୦ରୁ ୩୦ ବର୍ଷର ଯୁବକ। ଯେଉଁମାନେ ଟଙ୍କା ଅଭାବରେ କିଡନୀ ବିକ୍ରି କରିବାକୁ ରାଜି ହୋଇଥିଲେ। ଏହି ଗ୍ୟାଙ୍ଗ ଗରିବ ଲୋକଙ୍କୁ ଟଙ୍କା ଲୋଭ ଦେଖାଇ କିଡନୀ କାଢ଼ି ନେଉଥିଲେ। ୩ ଲକ୍ଷ ଦେଇ ୩୦ ଲକ୍ଷରେ ବିକ୍ରି କରୁଥିଲେ କିଡନୀ।
ଆଜି ପୁଲିସ ହୌଜଖାସ ଅଞ୍ଚଳରୁ ଏହି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁଲଦୀପ ରେ ବିଶ୍ୱକର୍ମା, ର୍ବଜୀତ ଜେଲୱାଲ, ଶୈଳେସ ପଟେଲ, ମହମ୍ମଦ ଲତିଫ, ବିକାଶ, ରଞ୍ଜିତ ଗୁପ୍ତା, ଡ.ସୋନୁ ରୋହିଲ୍ଲା, ଡ.ସୌରଭ ମିତ୍ତଲ, ଓମ ପ୍ରକାଶ ଶର୍ମା ଏବଂ ମନୋଜ ତିୱାରୀ। ଏହି ଗ୍ୟାଙ୍ଗ ୨୦ରୁ ଅଧିକ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିସାରିଲାଣି। କୁଲଦୀପ ରେ ବିଶ୍ୱକର୍ମାଙ୍କୁ ଏହି ରାକେଟ୍‌ର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି।
ସୂଚନା ମୁତାବକ, ଗତ ମେ’ ୨୬ ତାରିଖରେ ହୌଜା ଖାସ ପୁଲିସ ଷ୍ଟେସନକୁ ଉକ୍ତ ଅଞ୍ଚଳରେ ଚାଲିଥିବା ଅବୈଧ କିଡନୀ ଟ୍ରାନ୍ସପ୍ଲାଣ୍ଟ ରାକେଟ୍‌ ଚାଲିଥିବା ସୂଚନା ମିଳିଥିଲା। ପୁଲିସ କମିଶନର, ବେନିତା ମେରୀଙ୍କ କହିବା ମୁତାବକ, କୁଲଦୀପ ରେ ବିଶ୍ୱକର୍ମା ଏହି ଗ୍ୟାଙ୍ଗର ମୁଖ୍ୟ ଥିଲା। ସୋନିପତର ଗୁହାନାରେ ଡ ସୋନୁ ରୋହିଲ୍ଲାଙ୍କ କ୍ଲିନିକ୍‌ରେ ଏହି ଅବୈଦ୍ଧ କିଡନୀ ରାକେଟ୍‌ ଚାଲିଥିଲା। ଏହି କ୍ଲିନିକ୍‌ରେ ଗତ ଛଅରୁ ସାତ ମାସରେ ୧୨ରୁ ୧୪ କିଡନୀ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି। ଏହି ଡାକ୍ତର ଗ୍ୟାଙ୍ଗର କିଛି ଅନ୍ୟ ସଦସ୍ୟଙ୍କ ସହ ମିଶି ଦିଲ୍ଲୀର ଏକ ପ୍ରମୁଖ ଘରୋଇ ହସ୍ପିଟାଲରେ କାମ କରୁଥିଲା।

nis-ad
Leave A Reply

Your email address will not be published.