ବିଜେପିରେ ବିଧବଦ୍ଧଭାବେ ସାମିଲ ହେଲେ ହାର୍ଦ୍ଦିକ ପଟେଲ

ଭୋପାଲ: ପଦ୍ମ ଧରିଲେ ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ। ପିନ୍ଧିଲେ ଗେରୁଆ ଟୋପି। ସେ ବିଧିବଦ୍ଧ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମଧ୍ୟପ୍ରଦେଶର ରାଜ୍ୟ ସଭାପତି ସିଆର୍‌ ପାଟିଲ ତାଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିଛନ୍ତି।
ସେପଟେ ବିଜେପିରେ ସାମିଲ ହୋଇଥିବା ନେଇ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ। ସେ ଟ୍ୱିଟ୍‌ କରି କହିଛନ୍ତି, ‘ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ସ୍ୱାର୍ଥ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜି ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଭାରତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ସେବା କାର୍ଯ୍ୟରେ ଜଣେ ଛୋଟ ସୈନିକ ହେବାକୁ ଯାଉଛି। ନରେନ୍ଦ୍ର ଭୋଇ ମୋଦିଙ୍କ ନେତୃତ୍ୱରେ ମୁଁ କାମ କରିବି।’ ବିଜେପିରେ ସାମିଲ ହେବା ପୂର୍ବରୁ ସାଧୁସନ୍ଥଙ୍କ ଉପସ୍ଥିତିରେ ହାର୍ଦ୍ଦିକ ପଟେଲ ଗୋ’ପୂଜା କରିଥିଲେ। ଏହାପରେ ଯାଇ ସେ ବିଜେପିରେ ସାମିଲ ହୋଇଛନ୍ତି।
ହାର୍ଦ୍ଦିକ ପଟେଲ ଗତ ମାସରେ କଂଗ୍ରେସ କାନି ଛାଡିଥିଲେ। ତାଙ୍କୁ ଗୁଜରାଟର ରାଜ୍ୟ କାର୍ଯ୍ୟକାରୀ ସଭାପତି କରାଯାଇଥିଲା। କିନ୍ତୁ ତାଙ୍କର କାମ କରିବାର ସ୍ୱାଧୀନତା ଏବଂ ଅଧିକାର ନାହିଁ ବୋଲି ହାର୍ଦ୍ଦିକ ଅଭିଯୋଗ କରିଥିଲେ। ସେ ରାଜ୍ୟ କଂଗ୍ରେସର କାର୍ଯ୍ୟଶୈଳୀ ଉପରେ ଅନେକ ଥର ପ୍ରଶ୍ନ ମଧ୍ୟ ଉଠାଇଥିଲେ।
ହାର୍ଦ୍ଦିକ ଗତ ୧୮ ତାରିଖରେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଏପ୍ରିଲ ମାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅହମ୍ମଦାବାଦ ଗସ୍ତ ବେଳେ ସେ ତାଙ୍କୁ ସାକ୍ଷାତ କରିଥିଲେ। ଏହା ପରଠୁ ସେ ବିଜେପିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ହେଲେ ସବୁ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପଡ଼ିଛି।

nis-ad
Leave A Reply

Your email address will not be published.