ପୋଲିସ ଡିଜିପି ଙ୍କ ସ୍ୱାଭିମାନ ଅଞ୍ଚଳଗ୍ରସ୍ତ ସମୟରେ ଦୁଇ ମହିଳା ମାଓବାଦୀ ସହ ୫୦ଜଣଙ୍କ ଆତ୍ମ ସମର୍ପଣ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ମାଲକାନଗିରି : ରାଜ୍ୟ ପୋଲିସ ମହାନିର୍ଦେଶକ ସୁନିଲ ବଂଶଲ ଆଜି ମାଲକାନଗିରି ଗ୍ରସ୍ତ ରେ ଆସି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ସ୍ବାଭିମାନ ଅଂଚଳରେ ମାଓଦମନ ର ସମିକ୍ଷା କରିଥିବା ବେଳେ ସେଠାରେ ଦୁଇ ମହିଳା ଙ୍କ ସମେତ ପ୍ରାୟ ୫୦ ଜଣ ମାଓବାଦୀ ଏବଂ ମିଲିସିଆ ଆତ୍ମସମର୍ପଣ କରିଛଥିବା ସୂଚନା ଦେଇଛନ୍ତି ଡିଜିପି ବଂସଲ । ଯନ୍ତ୍ରୀ ଠାରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ ହେବାପରେ ମାଓବାଦୀ ଙ୍କ ଗଡ ଭୁଷୁଡି ଯିବା ସହ ମାଓଦମନ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ସ୍ଥାପନ ହେବା ପ୍ରକାଶ କରିଛନ୍ତି ।

ମାଓବାଦୀ ହିଂସାର ବାଟ କୁ ଛାଡି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଡିଜିପି ବଂସଲ । ଯନ୍ତ୍ରୀ ଠାରୁ ଫେରି ମାଥିଲି ଠାରେ ନୂତନଭାବେ ନିର୍ମୀତ ହୋଇଥିବା କୋଠା କୁ ଉଦ୍ଘାଟନ କରିଥିଲେ ଡିଜିପି । ଏହି ନୂତନ ଗୃହରେ ସମସ୍ତ ପ୍ରକାର ସୁବିଧା ରହିଛି ଯାହା ଜନସାଧାରଣ ଙ୍କ କାମରେ ଲାଗିବ ବୋଲି ପ୍ରକାଶ କରିଛନ୍ତି ଶ୍ରି ବଂସଲ । ଡିଜିପି ଙ୍କ ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ରାଜେଶ ପଂଡିତ , ମାଲକାନଗିରି ଏସପି ନିତିଶ ଓ୍ବାଧଓ୍ବାନୀ , ବିଏସଏଫ ର କମାଣ୍ଡାଣ୍ଟ ଏସ ସି ବୁଦା କୋଟି ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.