ସହଯୋଗ ଟିମ୍’ର ନିସ୍ୱାର୍ଥପର ସହଯୋଗରେ ସୁସ୍ଥ ହେଲେ ଦୈମତି…

ବାଲିମେଳା ପ୍ରତିନିଧି // ନିସର୍ତ୍ତ

ବାଲିମେଳା:- ୧୦ ବର୍ଷୀୟ ଝିଅ ଦୈମତି କବାସି ବାପା ବୁଦ୍ରା କବାସୀ ଓ ମାଆଙ୍କ ସହ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ରଗେଇ ପୁଷ୍ପାଲ୍ଲି ଗାଁ ରେ ରୁହନ୍ତି । ଗତ ପ୍ରାୟ ୨ବର୍ଷ ତଳେ ଝିଅଟିର ଭୀଷଣ ପେଟ ବ୍ୟଥା କାରଣରୁ ବାପା ତାକୁ ନିକଟସ୍ଥ କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଦେଖିବାରୁ ପରବର୍ତ୍ତୀ ସମୟରେ ମାଲକାନଗିରି ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଦୈମତିଙ୍କୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ଜାଣିବାକୁ ମିଳିଲା ଛୋଟ ଝିଅଟିର ମୂତ୍ରନଳୀରେ ପଥର ବା ଷ୍ଟୋନ୍ ହୋଇଛି । ସେପଟେ ପରିବାରର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ଅସ୍ଵଚ୍ଛଳ ପରିପ୍ରେକ୍ଷୀରେ ବୋଝ ଉପରେ ନଳିତା ବିଡା ପରି ଝିଅର ସ୍ବାସ୍ଥ୍ୟାବସ୍ଥା ବାପା ମାଆଙ୍କ ମାନସିକ ସ୍ତରରେ ଦୁର୍ବାର ପ୍ରହାର କରିଥିଲା । ଏଭଳି ଏକ ଦାରୁଣ ପରିସ୍ଥିତିରେ ଏହି ଘଟଣା ନିକଟସ୍ଥ ସହର ବାଲିମେଳାରେ ସକ୍ରିୟ ରୂପେ ସମାଜ ସେବା କରୁଥିବା ଏକ ସ୍ବେଚ୍ଛସେବୀ ସଂଗଠନ “ସହଯୋଗ ଟିମ୍” ପାଖରେ ପହଞ୍ଚିଥିଲା,ସଙ୍ଗେ ସଙ୍ଗେ ଏକ ଟିମ୍ ଘଟଣା ସ୍ଥଳକୁ ଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଝିଅଟିର ପରିବାରର ଆର୍ଥିକ ସ୍ଥିତି ମଧ୍ଯ ଅନୁଧ୍ୟାନ କରିଥିଲେ । ତେବେ ଗତ ୩ ମେ ୨୦୨୨ ରେ “ସହଯୋଗ ଟିମ୍”ର ସଭାପତି ଶ୍ରୀମତି ପି.ସରୋଜିନୀ ଚନ୍ଦ୍ରନ୍ ଉକ୍ତ ଦୈମତିକୁ ନେଇ କଟକ ଏସ୍.ସି.ବି.ମେଡ଼ିକାଲ ନେଇ ଥିଲେ । ପରେ ୬ ମେ ୨୦୨୨ ରେ ୟୁରୋଲୋଜୀ ବିଭାଗରେ ସଫଳତା ପୂର୍ବକ ଅସ୍ତ୍ରୋପଚାର ହୋଇଥିଲା । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ଦେଖି ବାପାମାଆଙ୍କ ଖୁସି କହିଲେ ନ ସରେ । ସଭାପତି ସରୋଜିନୀ ଦିଦି ଏ ଘଟଣାର ସମସ୍ତ ଶ୍ରେୟ କଟକର ଅନ୍ୟ ଏକ ସ୍ବେଚ୍ଛାସେବୀ ସଂଗଠନ ‘ ୱି କେୟାର୍ ‘ , ଆର୍ଥିକ ସହାୟତା ପ୍ରଦାନ କରିଥିବା ବାଲିମେଳା ଏଵଂ ବାଲିମେଳା ବାହାରୁ ବଦାନ୍ୟ ବ୍ୟକ୍ତି ତଥା କଟକ ବଡ଼ ମେଡ଼ିକାଲର ଡ଼ାକ୍ତର ମାନଙ୍କୁ ଦେଇଥିବା ବେଳେ ସରୋଜିନୀ ଦିଦି ଓ ‘ସହଯୋଗ ଟିମ୍’ର ଏଭଳି ନିସ୍ୱାର୍ଥପର ସେବାକୁ ବାଲିମେଳା ତଥା ମାଲକାନଗିରି ଜିଲ୍ଳାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

nis-ad
Leave A Reply

Your email address will not be published.