ଯୁବକ ବେଶରେ ଲେଡି ଲୁଟେରା, ଡିକି ଭାଙ୍ଗି ନେଇଗଲେ ହୀରା ମୁଦି

ପୁରୀ: ଅଭିନବ ଉପାୟରେ ଲୁଟ୍‌। ପୁଅ ବେଶରେ ଆସିଲେ, ଡିକି ଭାଙ୍ଗି ହୀରା ମୁଦି (Diamond Ring) ଲୁଟିନେଇଗଲେ ଯୁବତୀ । ପୁରୀ ବଡ଼ଦାଣ୍ଡରେ ଡିକି ଭାଙ୍ଗି ଜଣେ ଯୁବତୀ ହୀରାମୁଦି ଚୋରି କରିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ସତ ।

ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ପୋଲିସ । CCTV ଫୁଟେଜରେ କଏଦ ହୋଇଛି ଲାଇଭ ଲୁଟ୍‌ର ସମସ୍ତ ଦୃଶ୍ୟ । କୁମ୍ଭାରପଡା ଥାନା ଅଞ୍ଚଳର ବଡଦାଣ୍ଡରେ ମାର୍କେଟ ଛକ ନିକଟରେ ହୋଇଛି ଏହି ଲୁଟ୍। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣେ ବ୍ଯାଙ୍କ କର୍ମଚାରୀ ଓ ତାଙ୍କର ନାମ ସରିତା ସାମଲ ବୋଲି ଜଣାପଡିଛି । ତାଙ୍କର ଗାଡି ଡିକିରୁ ହୀରାମୁଦି ଲୁଟ୍‌ ହୋଇଛି ।

ଗତ ଶୁକ୍ରବାର ରାତିରେ ବ୍ଯାଙ୍କ କର୍ମଚାରୀ ମାର୍କେଟ ଛକର ଏକ ଲଜ ସମ୍ମୁଖରେ ସ୍କୁଟି ପାର୍କିଂ କରି ଲଜକୁ ଯାଇଥିଲେ । ଆଉ ଗାଡି ଡିକିରେ ହୀରାମୁଦି ଥିବା ପର୍ସଟିକୁ ଛାଡି ଯାଇଥିଲେ । ଶନିବାର ସକାଳ ଭୋର ୫ଟା ୧୫ରେ ଜଣେ ଲୁଟେରା ଡିକି ଭାଙ୍ଗି ଚୋରି କରିଥିବା ଲଜର ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ତେବେ ଲୁଟେରା ଜଣଙ୍କ ହାପପ୍ଯାଣ୍ଟ ଓ ଟି-ସାର୍ଟ ପିନ୍ଧି ବେକରେ ଗାମୁଛା ପକାଇ ଚୋରି କରୁଥିବାବେଳେ ବାସ୍ତବିକ ସେ ଜଣେ ଯୁବତୀ ବୋଲି ଜଣାପଡିଛି ।

ଏନେଇ କୁମ୍ଭାରପଡା ଥାନାରେ ଏତଲା ପରେ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ଏବେବି ରହସ୍ୟମୟୀ ଲୁଟେରାଙ୍କ ସୁରାକ ପାଇନାହିଁ ପୁରୀ ପୋଲିସ । ତେବେ ଏହି ଘଟଣା ପୁରୀରେ ପ୍ରଥମଥର ହେବା କାରଣରୁ ସହରରେ ଚର୍ଚ୍ଚା ଜୋର ଧରିଛି। ।

nis-ad
Leave A Reply

Your email address will not be published.