ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ, ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ବ୍ରଜରାଜନଗର: ଆସନ୍ତାକାଲି ବ୍ରଜରାଜନଗର ଉପନିର୍ବାଚନ । ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ।ଏନେଇ ନିର୍ବାଚନମଣ୍ଡଳୀରେ ୨୭୯ ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ୨୭୯ ବୁଥ ମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇ ଥିଲା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୫ଟି ପିଙ୍କ୍ ବୁଥ ଓ ୩୦ଟି ଆଦର୍ଶ ବୁଥ କରାଯାଇଛି । ତେଣୁ ବ୍ରଜରାଜନଗରବାସୀ ନିଜର ମତ ଅଧିକାର ସାବ୍ୟସ୍ତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ପୋଲିଂ ବୁଥରେ ପହଞ୍ଚି କର୍ମଚାରୀ ମାନେ ନିର୍ବାଚନ ସମ୍ବନ୍ଧୀୟ ଦସ୍ତାବିଜ ପ୍ରସ୍ତୁତ କରିବା ସହ ନିଜ ନିଜ ବୁଥରେ କିପରି ଭୋଟର ସେମାନଙ୍କ ମତକୁ ସୁରୁଖୁରୁରେ ଦେବେ ସେଥିପାଇଁ ସଜାଗ ଥିବା କହିଛନ୍ତି ପୋଲିଂ କର୍ମଚାରୀ । ବ୍ରଜରାଜନଗର ବିଧାନସଭା ଉପ-ନିର୍ବାଚନମଣ୍ଡଳୀରେ ତ୍ରିକୋଣୀୟ ଲଢେଇର କାଲି ଅନ୍ତ ଘଟିବ । ଭୋଟର ଗଣନା ଜୁନ୍ ୩ ରେ ହେବ ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା ଜୁନ୍ ୫ ସୁଦ୍ଧା ଶେଷ ହେବ ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୨୦, ୨୦୨୧ ରେ ହୃଦ୍‌ଘାତ ହେତୁ ବ୍ରଜରାଜନଗରରୁ ବିଜେଡି ବିଧାୟକଙ୍କ ଦେହାନ୍ତ ପରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି ।

nis-ad
Leave A Reply

Your email address will not be published.