ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଅଭିଯୋଗ

ଭୁବନେଶ୍ୱର: ନନ୍ଦନକାନନରେ ସିଂହୀ ଗଙ୍ଗା ମୃତ୍ୟୁ ଘଟଣାକୁ ନେଇ ଥାନାରେ ଅଭିଯୋଗ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୋଧରେ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଚିକିତ୍ସାରେ ବିଳମ୍ବ ଅଭିଯୋଗ କରି ଆନିମଲ ୱେଲଫେୟାର ଟ୍ରଷ୍ଟ ଏକାମ୍ର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ସିଂହୀ ବ୍ୟବଚ୍ଛେଦ ଏମ୍ସ ଦ୍ୱାରା କରିବାକୁ ଦାବି କରାଯାଇଛି ।

ଗତକାଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଥିଲା । ବିଷଧର ସାପ କାମୁଡ଼ାରେ ସିଂହୀ ଗଙ୍ଗାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତ ସିଂହୀ ଗଙ୍ଗାର ବୟସ ୧୫ ବର୍ଷ ଥିଲା । ତାକୁ ୨୦୧୫ରେ ଇସ୍ରାଏଲରୁ ଅଣାଯାଇଥିଲା । ନନ୍ଦନକାନନର ୩୦ ନମ୍ବର ଖୁଆଡ଼ରେ ରହୁଥିଲା ସିଂହୀ । ସିଂହୀ ଗଙ୍ଗାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୧୬ଟି ସିଂହ ଅଛନ୍ତି । ଏଥିରେ ଏସିଆଟିକ୍ ସିଂହ ୮ଟି, ହାଇବ୍ରିଡ ସିଂହ ୭ଟି, ଆଫ୍ରିକିଆନ୍ ସିଂହ ଗୋଟିଏ ରହିଛନ୍ତି ।

nis-ad
Leave A Reply

Your email address will not be published.