ଶିକ୍ଷକଙ୍କ ଘର ଝରକା ଗ୍ରୀଲ୍ ତାଡ଼ି ଲୁଟି ନେଲେ ୧୫ରୁ ୧୮ ଭରି ସୁନା ସହ ନଗଦ ୫୨ହଜାର ଟଙ୍କା

କେନ୍ଦୁଝର: ଝରକା ଗ୍ରୀଲ୍ ତାଡ଼ି ଲୁଟିନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ସୁଡୁସୁଡ଼ିଆ ଇଣ୍ଡେନ୍ ଗ୍ୟାସ୍ ନିକଟ କଲୋନୀରୁ ଜଣେ ଶିକ୍ଷକଙ୍କ ଘର ଝରକା ଗ୍ରୀଲ୍ ତାଡ଼ି ନଗଦ ୫୨ ହଜାର ଟଙ୍କା ସହ ୧୫ ଭରି ଓଜନର ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ଅନୁଯାୟୀ, ଘସିପୁରା ଝାଡେଶ୍ଵର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ଘଡାଇ ଗତକାଲି ପ୍ରବଳ ଗରମ କାରଣରୁ ପ୍ରତିଦିନ ଶୋଉଥିବା ଘରେ ନଶୋଇ, ଏସି ରୁମରେ ଶୋଇଥିଲେ । ଆଜି ସକାଳେ ଶୋଇଥିବା ଘରର କବାଟ ଭିତର ପଟୁ ବନ୍ଦ ଥିବା ଜଣାପଡ଼ିଥିଲା । ପରେ ଦେଖିବା ପରେ ସେହି ରୁମର ବାହାର ପଟ ଝରକା ଗ୍ରୀଲ୍ ତଡ଼ା ଯାଇଥିଲା । ଦୁର୍ବୃତ୍ତମାନେ ଝରକା ଗ୍ରୀଲ୍ ତାଡ଼ି ଆଲମିରାରେ ଥିବା ନଗଦ ୫୨ ହଜାର ଟଙ୍କା ସହ ୧୫ ଭରି ଓଜନର ସୁନା ଗହଣା ଚୋରି କରି ନେଇଛନ୍ତି । ଏ ସମ୍ପର୍କରେ ଘସିପୁରା ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.