ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହା ୮ମ କ୍ୟୁରୋଗୀ ଓ ୭ମ ପୁମସେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅଟେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୂଖ୍ଯ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ସାଢେ ଦଶଟା ସମୟରେ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୪ଟି ଏକାଡେମୀର ୩୦୪ ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ଜିଲ୍ଲା ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଓଡିଶା ଟାଏକୋଣ୍ଡୋ ସଂଘର ରାଜ୍ୟ ସମ୍ପାଦକ ମନମୋହନ ଭଞ୍ଜ ସମ୍ମାନୀତ ଅତିଥି ଓ ଓଡିଶା ଟାଏକୋଣ୍ଡୋ ପରିଦର୍ଶକ ବ୍ୟୋମକେଶ ଅଭିଳାଷ ପ୍ରସାଦ ମୂଖ୍ଯ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସମ୍ପାଦକ କେ. ମନୋଜ ପ୍ରଧାନ ବିବରଣୀ ପ୍ରଦାନ କରିଥିଲେ। ଟାଏକୋଣ୍ଡୋ ଭଳି ଆନ୍ତର୍ଜାତିୟ ଅଲିମ୍ପିକ କ୍ରୀଡାରେ ଗଞ୍ଜାମ ଜିଲ୍ଲାର ସଫଳତା ସମ୍ବନ୍ଧିତ ଏକ ତିନି ମିନିଟିଆ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଓଡିଶା ଟାଏକୋଣ୍ଡୋ ପକ୍ଷରୁ ୧୫ ଜଣିଆ ବିଚାରକ ଓ କର୍ମକର୍ତ୍ତାଙ୍କ ଏକ ମଣ୍ଡଳୀ କ୍ରୀଡା ପରିଚାଳନା କରୁଥିବା ବେଳେ ଜିଲ୍ଲାର ୨୦ ଜଣ କର୍ମକର୍ତ୍ତା ସହଯୋଗ ପ୍ରଦାନ କରୁଛନ୍ତି। କ୍ୟୁରୋଗୀରେ ୨୦୪ ଜଣ ଓ ପୁମସିରେ ୬୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରୁଛନ୍ତି। ଛତ୍ରପୁରର କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଟାଏକୋଣ୍ଡୋ ପ୍ରଶିକ୍ଷକ ଜନୋଜ ମହାରଣା, ଅମ୍ବିକା ପ୍ରସାଦ ଦାସ, ଲଳିତ କୁମାର, ସି ଏଚ ପ୍ରସାଦ ନାୟକ, ବାସୁ ନାୟକ, ମହିଳା କମିଶନର ଡକ୍ଟର ଅନୀତା ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରୁଥିବା ବେଳେ ଲଷ୍ମୀ ନାରାୟଣ, ରୁଦ୍ର ନାରାୟଣ ବେହେରା, ଶୁଭଶ୍ରୀ ପାଢି ଅଭିମନୁ ରେଡୀ, ବିକାଶ ଗୌଡ଼ ଓ ଏ ଚିନା ସହଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.