ପୁରୀ ପରିକ୍ରମା ପ୍ରକଳ୍ପ : ସରକାରଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା

ସରକାରଙ୍କ ଉପରେ ପୁଣି ବର୍ଷିଲେ ଗୋବର୍ଦ୍ଧନ ପୀଠ ମୁଖ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ଶଙ୍କରାଚାର୍ଯ୍ୟ । ସେ ନିଜ କଥା ପୁଣି ଦୋହରାଇଛନ୍ତି । କହିଛନ୍ତି ତୀର୍ଥଭୂମିକୁ ଭୋଗଭୂମି ଓ ସୁରାସୁନ୍ଦରୀ କେନ୍ଦ୍ର କରାଯାଉଛି । ତୀର୍ଥସ୍ଥଳୀର ଅସ୍ତିତ୍ୱକୁ ଲୋପ କରାଯାଉଛି । ଏହା ସମ୍ବିଧାନର ଧାରାକୁ ମଧ୍ୟ ବିରୁଦ୍ଧାଚରଣ କରୁଛି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ସେ ଆହୁରି କହିଛନ୍ତି, ‘ମୋ ଦାୟିତ୍ୱ ହେଉଛି ବର୍ତ୍ତମାନ, ଭବିଷ୍ୟତ ଓ ଅତୀତକୁ ଦେଖି ଯାହା କହିବା କଥା କହିବି । ମୁଁ ଯାହା କୁହେ ନିର୍ଭୟରେ କୁହେ । ଏମିତିକି ସ୍ୱୟଂ ଦେବରାଜ ଇନ୍ଦ୍ର ବି ମୋ ଉପରେ ଚାପ ପକାଇ ପାରିବେ ନାହିଁ । ରାଜ୍ୟ ସରକାର ମୋତେ ଡରନ୍ତି, ସେଥିପାଇଁ ମୁଁ ନଥିଲା ବେଳେ ଯାହା କାମ କରନ୍ତି ।

ଓଡ଼ିଶାରେ ରାଜନୈତିକ ଦଳ କିଏ ଅଛନ୍ତି ବୋଲି ତାତ୍ସଲ୍ୟ କରି ପ୍ରଶ୍ନ କରିଛନ୍ତି ଶଙ୍କରାଚାର୍ଯ୍ୟ । ସେ କହିଛନ୍ତି, ବିଜେପି ମିଶିକରି ଚାଲୁଛି, କଂଗ୍ରେସ ଆଉ କଣ ଅଛି ? ବର୍ଷ ବର୍ଷ ଧରି ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶାସନ କରୁଛନ୍ତି । ତେଣୁ ସେ ଏବେ କାହାରି କୌଣସି କଥା ମାନିବେ ନାହିଁ । ଯେବେ ତାଙ୍କୁ ଲାଗିବ ଲୋକମତ ତାଙ୍କ ବିରୋଧରେ ଯାଇପାରେ, ସେବେ ସେ ନିୟମ କାନୁନ ଓ ଲୋକଙ୍କ କଥା ମାନିବେ । ତା’ପୂର୍ବରୁ ଏମାନେ ମାନିବେ ନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

nis-ad
Leave A Reply

Your email address will not be published.