ରାଜ୍ୟରେ କମିଲା ବସ୍ ଭଡ଼ା

ଭୁବନେଶ୍ବର: ଡିଜେଲ୍ ଦର କମିବା ପରେ ରାଜ୍ୟରେ ବସ୍ ଭଡ଼ା କମିଲା । ସୂଚନା ଅନୁଯାୟୀ, ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୩ ପଇସା ହ୍ରାସ ପାଇଛି। ସେହିପରି ଏସି ବସ୍ ଭଡ଼ା କିଲୋମିଟର ପିଛା ୬ପଇସା କମାଯାଇଛି। ଅର୍ଡିନାରୀ ବସ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି।ଏକ୍ସପ୍ରେସ ବସରେ ୯୬ରୁ ୯୩ ପଇସା, ଡିଲକ୍ସ ବସରେ ଟ ୧.୩୫ରୁ ୧.୨୯କୁ ହ୍ରାସ ପାଇଛି।

ସେହିପରି ଏସି ଡିଲକ୍ସ ଭଡା ଟ୧.୩୬ରୁ ୧.୫୭ ପଇସାକୁ ହ୍ରାସ ପାଇଛି। ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସା ହ୍ରାସ ପାଇଛି। ସଂଶୋଧିତ ବସ୍ ଭଡ଼ା ୨୬ତାରିଖରୁ ଲାଗୁ କରିବାକୁ କୁହାଯାଇଛି। ଯାହାଦ୍ୱାରା ଗ୍ରାହକଙ୍କୁ ବଡ଼ଧରଣର ଆଶ୍ୱସ୍ତି ମିଳିଛି । ଘରୋଇ ବସ୍ ମାଲିକ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ଠାରୁ ଏହି ସୂଚନା ମିଳିଛି।

nis-ad
Leave A Reply

Your email address will not be published.