କଳିଙ୍ଗା ଘାଟୀ ଦୁର୍ଘଟଣା ରିପୋର୍ଟ ମାଗିବା ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମନ୍ତ୍ରୀ

ଭୁବନେଶ୍ଵର: କଳିଙ୍ଗା ଘାଟୀ ଦୁର୍ଘଟଣା ପରେ ଚେତିଲା ପରିବହନ ବିଭାଗ । ଦୁର୍ଘଟଣାର ରିପୋର୍ଟ ମାଗିବା ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମନ୍ତ୍ରୀ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଦୁର୍ଘଟଣା ରୋକିବା ପାଇଁ ଅଧିକ ବ୍ଲାକସ୍ପଷ୍ଟ ଚିହ୍ନଟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି କଳିଙ୍ଗା ଘାଟୀରେ ଦୁର୍ଘଟଣା ରୋକିବା ପାଇଁ ପ୍ରାଥମିକ ସ୍ତରରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଟୁରିଷ୍ଟ ବସ୍ କଳିଙ୍ଗା ଘାଟୀ ଦେଇ ଯାଇପାରିବ। ବାହାର ରାଜ୍ୟର ଯେଉଁ ଡ୍ରାଇଭରଙ୍କ ଘାଟୀରେ ଗାଡି ଚଲାଇବାର ଅନୁଭବ ଓ ଅଭିଜ୍ଞତା ଅଛି, ସେମାନେ ହିଁ ଘାଟୀରେ ଗାଡ଼ି ନେଇ ଯାଇପାରିବେ। ଯାହାର ଅଭିଜ୍ଞତା ନାହିଁ ସେମାନେ ଦଶପଲ୍ଲା ରାସ୍ତା ଦେଇ ଗାଡ଼ି ନିଅନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରୁଟ୍ ପରିବର୍ତ୍ତନ କରିବାକୁ ପୋଲିସ ଓ ପରିବହନ ବିଭାଗ ଟୁରିଷ୍ଟ ବସ୍ ଡ୍ରାଇଭରମାନଙ୍କୁ ସଚେତନ କରିବେ । ପଶ୍ଚିମବଙ୍ଗ, ଗୁଜୁରାଟ ପରି ପ୍ଲେନ ରାସ୍ତାରେ ଡ୍ରାଇଭରମାନେ ଗାଡ଼ି ଚଳାଉଥିବାରୁ, ସେମାନଙ୍କ ଘାଟୀରେ ଗାଡ଼ି ଚଳାଇବାର ଅଭିଜ୍ଞତା ନଥିବ ବୋଲି ଅନୁମାନ କରାଯାଉଛି। ତେବେ ପ୍ରାଥମିକରୁ ତଦନ୍ତରୁ ଯାହା ଜଣାପଡୁଛି, ବସ୍‌ର ବ୍ରେକ୍ ଫେଲ୍ ହୋଇଥିଲା।

ପ୍ରକାଶ ଥାଉକି, ମଙ୍ଗଳବାର ମଧ୍ୟରାତ୍ରୀରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳର ଦୁର୍ଗାପ୍ରସାଦ ଠାରେ ଏକ ଟୁରିଷ୍ଟ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ।

nis-ad
Leave A Reply

Your email address will not be published.