କଟକ ମହାନଦୀ କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ: କଟକ ବିଡାନାସୀରେ ଅଘଟଣ । ଏନସିସି ଘାଟ ନଦୀରୁ ଉଦ୍ଧାର ହେଲା ଅଜଣା ମହିଳାଙ୍କ ମୃତଦେହ । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ନେଇ ପୋଲିସକୁ ଖବର ଦେଇଥିଲେ ।

ବିଡାନାସୀ ପୋଲିସ ପହଞ୍ଚି ମୃତଦେହ ଜବତ କରି SCB ମେଡିକାଲକୁ ପଠାଇଛି । ପାରିପାର୍ଶିକ ସ୍ଥିତିକୁ ଦେଖିଲେ ମହିଳା ଜଣକ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ ପ୍ରକାଶ କରୁଛି ।

ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କ ବୟସ ୩୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.