ବଜ୍ରକାପ୍ତ। ଖୋଳପା ଚୋରା ଚାଲାଣ : ଦୁଇ ତସ୍କରଙ୍କୁ କାବୁକଲା ପୋଲିସ ଓ ବନବିଭାଗ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଏବେ ବଜ୍ରକାପ୍ତା ତସ୍କର ସକ୍ରିୟ । ଏହି କାରବାର ର ତାର ବାହାରକୁ ଲମ୍ବିଥିବା ସନ୍ଦେହ । ଏହି ପରିପ୍ରେକ୍ଷୀରେ ଆଜି ଦୁଇ ତସ୍କରକୁ ଧରିବାରେ ସଫଳ ହୋଇଛି ଓର୍କେଲ ପୋଲିସ । ସୋମବାର ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଙ୍କ ନିର୍ଦ୍ଦେଶ କ୍ରମେ ଓର୍କେଲ ଥାନା ଏସ ଆଇ ରାଜେଶ କୁମାର ସେଠି ଓ ବନ ବିଭାଗର ମିଳିତ ଉଦ୍ୟମ ରେ ଚିତାପାରୀ ଓ ଉସକାପଲ୍ଲୀ ରାସ୍ତାରେ ୨ ଜଣ ବଜ୍ରକାପ୍ତା ଖୋଳପା ଚାଲାଣ କାରୀ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ପ୍ରାୟ ୧ କେଜି ୯୦୦ ଗ୍ରାମ ର ବଜ୍ରକାପ୍ତା ଖୋଳପା ସହ ଗୋଟିଏ ମଟରସାଇକେଲ ଜବତ କରିବାରେ ସଫଳ ହୋଇଛନ୍ତି । ଗିରଫ ଦୁଇ ଜଣ ହେଲେ ଉସକାପାଲି ଗ୍ରାମର ଗଙ୍ଗା ମାଡକାମୀ ଓ ଇର୍ମା ସୋଡି । ବଜ୍ରକାପ୍ତା ଖୋଳପା କୁ ଅପରାଧୀ ମନେ ବେଆଇନ ଭାବେ ସଂଗ୍ରହ କରି ବାହାର ରାଜ୍ୟର ଗ୍ରାହକକୁ ଦେବାକୁ ଏକ ବାଇକ ଯୋଗେ ଯାଉଥିବା ସମୟରେ ମାଡି ବସିଥିଲା ପୋଲିସ ଓ ବନ ବିଭାଗ । ଜବତ ଖୋଳପା କୁ ପଡୋଶୀ ଛତିଶଗଡ଼ ଦେଇ ବାହାର ଦେଶକୁ ଚାଲାଣ କରିବାକୁ ଯୋଜନା ଚାଲିଥିବା ସନ୍ଦେହ କରୁଛି ଓର୍କେଲ ପୋଲିସ । ଜବତ ଖୋଳପା ଅନ୍ତର୍ଜାତୀୟ ବଜାରରେ ଲକ୍ଷାଧିକ ଟଙ୍କା ହେବ ।ଗିରଫ ଦୁଇ ଜଣକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୋଟିଏ ଦିନରେ ଦୁଇଟି ବଜ୍ରକାପ୍ତ। ଖବର ବନବିଭାଗ ର ବନ୍ୟପ୍ରାଣୀ ସୁରକ୍ଷା କୁ ନେଇ ମୁଂଡ଼ବ୍ୟଥା ର କାରଣ ପାଲଟିଛି ।

nis-ad
Leave A Reply

Your email address will not be published.