ଟ୍ରକ୍ ଆଗରେ ଯୁବକଙ୍କୁ ବାନ୍ଧି ଭିଡିଓ ଭାଇରାଲ ଘଟଣା : ନିଜ ଆଡ଼ୁ ମାମଲା ରୁଜୁ କଲେ ଓଏଚ୍ଆରସି

ପାରାଦୀପ: ପାରାଦୀପ ଅଞ୍ଚଳରେ କିଛି ଦିନ ପୂର୍ବରୁ ଏକ ଚଳନ୍ତା ଟ୍ରକ୍ ଆଗରେ ଜଣେ ଯୁବକଙ୍କୁ ମୋବାଇଲ୍ ଚୋରୀ ଅଭିଯୋଗରେ ବଳପୂର୍ବକ ଝୁଲାଇ ଦେଇ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯିବା ଘଟଣାକୁ ନେଇ ଓଡ଼ିଶା ମାନବାଧିକାର କମିସନ୍ (ଓଏଚ୍ଆରସି) ହସ୍ତକ୍ଷେପ କରିଛନ୍ତି। ଓଏଚ୍ଆରସି ଜଗତସିଂହପୁର ଏସ୍ପିଙ୍କୁ ଘଟଣାର ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମରେ ସେୟାର ହୋଇଥିବା ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକଙ୍କ ବେକରେ ଜୋତାମାଳ ପିନ୍ଧାଯାଇଛି। ଦୁଇ ହାତକୁ ବାନ୍ଧି ଟ୍ରକ୍ର ଇଞ୍ଜିନ ସମ୍ମୁଖରେ ଝୁଲାଇ ଦିଆଯାଇଛି। ଏଭଳି ଅବସ୍ଥାରେ ଟ୍ରକ୍ଟି ଏକ ପୋଲ ଉପରେ ଗତି କରିବା ବେଳେ ଭିଡିଓ ସୁଟିଂ କରାଯାଇଛି।

nis-ad
Leave A Reply

Your email address will not be published.