ଏମାର ମଠ ଖନନ ସ୍ଥଳରେ ସରିଲା GPR ସର୍ଭେ

ପୁରୀ: ଏମାର ମଠ ଖନନ ସ୍ଥଳରେ ସରିଲା Ground Penetrating Radar Survey(GPRS) । ଏମାର ମଠର ଖନନ ସ୍ଥଳରେ ଆଜି(ମଙ୍ଗଳବାର) GPR ସର୍ଭେ କରାଯାଇଛି । ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡିଛି । ଏଥିସହିତ ଏମାର ମଠ ଜାଗାରେ ବି ସର୍ଭେ କରୁଥିବା ଦେଖିବାକୁ ମିଳିଛି ।

ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା ତାହା GPRS ମେସିନ ବୋଲି ଜଣାପଡିଥିଲା । ଓବିସିସି ଚିଠିକ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା କହିଛନ୍ତି ସର୍ଭେ କରୁଥିବା ଅଧିକାରୀ । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି । ତେବେ ଆଜି ଏହି ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଏଥିରେ ତିନଟି ମେସିନ ବ୍ୟବହାର ହେଉ ଥିବାବେଳେ ୫ ଜଣ ଇଞ୍ଜିନିୟର ଏବଂ ୮ ଜଣ କର୍ମଚାରୀ କର୍ଯ୍ୟରେ ଲାଗିଥିଲେ । ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନ ଭିତରେ ଏହି ସର୍ଭେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି କାର୍ଯ୍ୟରତ ଇଞ୍ଜିନିୟର ।

nis-ad
Leave A Reply

Your email address will not be published.