ବହିଷ୍କାର ପରେ ଗିରଫ ହେଲେ ପଞ୍ଜାବ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଚଣ୍ଡିଗଡ: ଆକ୍ସନ ମୋଡରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ନିଜ ସରକାରରେ ଥିବା ମନ୍ତ୍ରୀଙ୍କୁ ହିଁ ଦେଖାଇଲେ ବାହାରର ରାସ୍ତା। ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଭ୍ରଷ୍ଟାଚାର ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ନେଇଛନ୍ତି କଡା କାର୍ଯ୍ୟାନୁଷ୍ଠାନ। ତାଙ୍କୁ ଦଳରୁ ସେ ବହିଷ୍କାର କରିଛନ୍ତି। ସେ ବହିଷ୍କାର ହେବା ପରେ ତାଙ୍କୁ ଗିରଫ କରାଯାଇଛି। ଆଣ୍ଟି କରପ୍‌ସନ୍‌ ବ୍ରାଞ୍ଚ ଭ୍ରଷ୍ଟାଚାର ଅଭିଯୋଗ ପରେ ତାଙ୍କୁ ଗିରଫ କରିନେଇଥିବା ଜଣାପଡିଛି।
ମନ୍ତ୍ରିମଣ୍ଡଳରୁ ବିଜୟ ସିଙ୍ଗଲାଙ୍କୁ ବହିଷ୍କାର କରିବା ପରେ ପଞ୍ଜାବ ପୁଲିସକୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମୁଖ୍ୟମନ୍ତ୍ରୀ ମାନ୍‌ ନିର୍ଦ୍ଦେଶ ଦେଇଥିଲେ।
ବିଜୟ ସିଙ୍ଗଲା, ଭଗୱନ୍ତ ସିଂହ ମାନ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ତାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଅଭିଯୋଗ ଆସିଥିଲା। ଏନେଇ ବିଜୟ ସିଙ୍ଗଲାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଆଉଟ୍‌ କରିଦେଇଛନ୍ତି। ଏନେଇ ଟ୍ୱିଟ୍‌ ଜରିଆରେ ଏକ ଭିଡିଓ ଶେଆର କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଥିଲା। ଏହାପରେ ଭଗୱନ୍ତ ସିଂହ ମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ନିର୍ବାଚନ ପ୍ରଚାର ବେଳେ ଭଗୱନ୍ତ ରାଜ୍ୟରୁ ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେ ଦେଇଥିବା ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ଭ୍ରଷ୍ଟାଚାରରେ ଲିପ୍ତ ଥିବା ମନ୍ତ୍ରୀଙ୍କୁ ବହିଷ୍କାର କରିଛନ୍ତି।

nis-ad
Leave A Reply

Your email address will not be published.