ସ୍କୁଲ ସ୍ତରରୁ ଆରମ୍ଭ ହେବ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି: ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପାଠଶାଳାରୁ ଅଲିମ୍ପିକ୍ସ ପ୍ରସ୍ତୁତି। ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍‌ସ ସମ୍ପର୍କରେ ଶିକ୍ଷା । ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ଅଲିମ୍ପିକ୍‌ସ ଆସୋସିଏସନ ଓ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ୍‌ ସହ ବୁଝାମଣା ହୋଇଛି । ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ୯୦ ସ୍କୁଲରେ ଆରମ୍ଭ ହେବ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନା। କାର୍ଯ୍ୟକ୍ରମ ଜରିଆରେ ପିଲାମାନେ ଅଲିମ୍ପିକ୍ସ ବିଷୟରେ ଅବଗତ ହେବେ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ଲାଗୁ କରିଛି। ଭାରତର କ୍ରୀଡା କ୍ଷେତ୍ରରେ ଯୋଡ଼ି ହେବ ଆଉ ଏକ ନୂଆ ଅଧ୍ୟାୟ। ପାଇଲଟ ପ୍ରକଳ୍ପ ଭାବେ ଓଡ଼ିଶା ଅଲିମ୍ପିକ୍‌ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଲାଗି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ କରାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମର ୬୩ଟି ଓ ରାଉରକେଲା ମହାନଗର ନିଗମର ୨୭ଟି ସ୍କୁଲ ସାମିଲ ହୋଇଛନ୍ତି। ଚୀନ୍‌ ଓ ଜାପାନ ଢାଞ୍ଚାରେ ରାଜ୍ୟରେ ଅଲିମ୍ପିକ୍‌ସ ବିଜେତା ସୃଷ୍ଟି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍‌ସ ସମ୍ପର୍କରେ ଶିକ୍ଷା ଦିଆଯିବ।

nis-ad
Leave A Reply

Your email address will not be published.