ବ୍ରଜରାଜନଗର ଉପନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର ପ୍ରଧାନ

ବ୍ରଜରାଜନଗର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ଯୋଗ ଦେଇଛନ୍ତି । ରମ୍ପେଲାର ଡୁଙ୍ଗଡୁଙ୍ଗଠାରେ ପହଞ୍ଚିବା ପରେ ଦଳିୟ କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ବିଜେପି ପ୍ରାର୍ଥୀ ରାଧାରଣୀ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବା ସହ ୩ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବ୍ରଜରାଜନଗର ନିର୍ବାଚନୀ ମଣ୍ତଳିର ରମ୍ପେଲା, ବାଗମୁଣ୍ତା, ପଞ୍ଚଗାଁ, କନକତୋରା ଗ୍ରାମ ପଞ୍ଚାୟତ ସହ ବେଲପାହାଡ ଓ ବ୍ରଜରାଜନଗର ପୌରାଞ୍ଚଳରେ ନିର୍ବାଚନୀ ସଭା ସହ ରୋଡ ସୋ ପ୍ରଚାର କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ସାମିଲ ହେବେ । ଏହି କାର୍ଯ୍ୟକ୍ରମ ରେବସୁରେଶ ପୂଜାରୀଙ୍କ ସମେତ ଅନେକ ଦଳୀୟ ନେତା ଉପସ୍ଥିତ ରହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି , ୨୨ ବର୍ଷ ବର୍ଷ ପରେ ବ ରାଜ୍ୟର ଲୋକ ଦାଦନ ଖଟିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଯୋଜନାକୁ ସରକାର କାହିଁକି ଲାଗୁ କରୁନାହାନ୍ତି । ରାଜ୍ୟରେ ପିସି ନଦେଲେ କାମ ହେଉନାହିଁ ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ।

nis-ad
Leave A Reply

Your email address will not be published.