ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ଖରା ବର୍ଷାର ଲୁଚକାଳି ଖେଳୁଛି ପାଣିପାଗ।ଦିନରେ ଖରା ରାତିରେ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ଜନିତ ବର୍ଷା ସତ୍ୱେ କମୁନି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ସ୍ୱାଭାବିକ ହେଲେ ବାୟୁ ମଣ୍ଡଳର ଆଦ୍ରତା କମିବା, ଓ ଶୁଖିଲା ଜଳବାୟୁ ଯୋଗୁଁ ଅସହ୍ୟ ହେଉଛି ଗୁଳୁଗୁଳି।

ରାଜ୍ୟରେ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂସହ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଜୁନ ପ୍ରଥମ ସପ୍ତାହରେ ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ସୋଆ ପରିବେଶ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକଆକଳନ କରିଛନ୍ତି।

ବର୍ଷା ହେଉଛି କିନ୍ତୁ ଗ୍ରୀଷ୍ମ ପ୍ରବାହକମୁନି। କାଳବୈଶାଖୀ ପ୍ରଭାବ ରେ ବିଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିଛି।ହେଲେ ଶୁଖିଲା ବାୟୁ ମଣ୍ଡଳ ପାଇଁ ଗୁଳୁଗୁଳି ଓ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୌଦ୍ଧ ଜିଲ୍ଲାରେ ସବୁଠାରୁ ଅଧିକ ୮୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀରରେ 6୪.୫, ନୟାଗଡ଼ ୪୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୩ ଦିନ ଯାଏଁ ରାଜ୍ୟ ର ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କଟକରେ ବର୍ଷା ସମୟରେ ୪୦ରୁ ୫୦କିମି ଘଣ୍ଟା ପ୍ରତି ବେଗରେ ପବନ ବହିବ ବୋଲି ଅନୁମାନ କରାଯାଇଛି ।

ଅନ୍ୟପଟେ ମଇ ଶେଷ ସୁଦ୍ଧା ମୌସୁମୀ ବାୟୁ କେରଳ ଛୁଇଁବ ବୋଲି କୁହାଯାଇଛି। ଜୁନ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ପୂର୍ବାନୁମାନ କରିଛନ୍ତି ସୋଆ ପରିବେଶ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ। ବର୍ତ୍ତମାନର ତାପମାତ୍ରା ପୂର୍ବପେକ୍ଷା କମିଥିଲେ ମଧ୍ୟ ଜଳଚକ୍ର ଯୋଗୁଁ ବାୟୁମଣ୍ଡଳରୁ ଜଳୀୟ ବାଷ୍ପ ନିଷ୍କ୍ରିୟ ହେଉଛି । ଯାହା ଗ୍ରୀଷ୍ମ ପ୍ରବାହ କୁ ଅଧିକ ତ୍ୱରାନ୍ୱିତ କରୁଛି। ମୌସୁମୀ ଓଡିଶା ଛୁଇଁଲେ, ପାଗରେ ବିଶେଷ ପରିବର୍ତ୍ତନ ହେବାନେଇ ସୋଆ ପରିବେଶ ଜଳବାୟୁ ନିର୍ଦେଶକ କହିଛନ୍ତି। ବର୍ଷା ପାଇଁ ଏବେ ତାପମାତ୍ରା ୨ ରୁ ୪ଡିଗ୍ରୀ କମିଛି। ରାଜଧାନୀରେ ୩୦.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲେବି ଗ୍ରୀଷ୍ମ ପ୍ରଭାବ ଏବେ ବି ଜାରି ରହିଛି। ଆଉ ୩ ଦିନ ପରେ କାଳବୈଶାଖୀ ବର୍ଷାର ପ୍ରଭାବ କମିବ । ୨୬ ଓ ୨୭ ତାରିଖରେ ବର୍ଷା କମିବା ସହିତ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି।

nis-ad
Leave A Reply

Your email address will not be published.