ଦୁର୍ବନ୍ଧ : ପ୍ରସିଦ୍ଧ ଶ୍ରୀ ଶ୍ରୀ ଠାକୁରାଣୀ ଙ୍କ ଦ୍ବିବାର୍ଷିକ ଯାତ୍ରା ଉଦଯାପିତ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମର ପ୍ରସିଦ୍ଧ ୨୧ ଦିନିଆ ଶ୍ରୀ ଶ୍ରୀ ଠାକୁରାଣୀ ଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପିତ ହୋଇଯାଇଛି। ଶେଷ ଦିବସ। ରବିବାର ସକାଳେ ବିଦାୟୀ ଶୋଭାଯାତ୍ରାରେ ଫଗୁ ରଙ୍ଗ ଅବିର ଖେଳରେ ଗ୍ରାମ ପରିକ୍ରମା ପରେ ବଡ଼ ଠାକୁରାଣୀଙ୍କୁ ସ୍ଥାଇ ମନ୍ଦିରକୁ ପ୍ରବେଶ କରାଯାଇଛି। ଚଳିତ ମାସ ୨ତାରିଖରୁ କଳ ମାଙ୍କ ଆଜ୍ଞାମାଳକୁ ଗ୍ରାମ ଆରମ୍ଭ ମୁଖ୍ୟ ମନ୍ଦିରରୁ ମାଁଙ୍କୁ ଗ୍ରାମ ପରିକ୍ରମା କରି ଵଜାୟ ସାହିରେ ଥିବା ଅସ୍ଥାୟୀ ମଣ୍ଡପକୁ ଆଗମନ କରାଯାଈ ଯାତ୍ରା ଶୁଭାରମ୍ଭ ହୋଇଥିଲା। । ପ୍ରତିଦିନ ସନ୍ଧ୍ୟାରେ ମାଙ୍କ ଘଟକୁ ବାଜା ପଟୁଆର ଲୋକ ସଂକୀର୍ତ୍ତନରେ ଗାଁର ବିଭିନ୍ନ ସାହି ଶୃଙ୍ଖଳାରସହ ପରିକ୍ରମା କରାଯାଉଥିଲା। ବିଭିନ୍ନ ବଜା ସାହିରେ ଆଲୋକମାଳା ସ୍ଵାଗତ ସ୍ଵେଚ୍ଛା ତୋରଣ ସହ କଳାକୁଞ୍ଜ ଦ୍ୱାରା ଯାତ୍ରାକୁ ଆକର୍ଷଣୀୟ କରାଯାଇଥିଲା। ଏହି ସମୟରେ ମାନସିକଧାରୀ ମାନେ ବିଭିନ୍ନ ବେଶ ଧାରଣ କରିଥିଲେ। ଆତସବାଜି ପଟୁଆରରେ ସହର ଦୁଲୁକି ଉଠିଥୁଲା। ଯାତ୍ରାର ପ୍ରଥମ ୧୭ ଦିନି ମାଁ ଅସ୍ତାୟୀ ମଣ୍ଡପରେ ପୁଜା ପାଆନ୍ତି ଶେଷ ୪ ଦିନ ୧୯ ତାରିଖ ଶୁକ୍ରବାର ଯାତ୍ରା କମିଟି ପକ୍ଷରୁ ସାନ ପଟୁଆର, ୨୦ ତାରିଖରେ ବଡ ପଟୁଆର ଯାହାକୁ ଦେଖିବାକୁ ଆଖ ପାଖ ଗ୍ରାମର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ଯାତ୍ରା ଅନୁଷ୍ଠିତ ହେଉଥିବା ୩ଦିନଯାକ ପାଗ ଅସହ୍ୟ ଗରମ ଓ ଗୁଳୁଗୁଳି ଥିବା ସତ୍ତ୍ୱେ ବହୁ ସଂଖ୍ୟାରେ ଜନଗହଳି ଦେଖିବାକୁ ମିଳିଥିଲା ଯାତ୍ରା ନିମନ୍ତେ ଦୁର୍ବନ୍ଧ ଗ୍ରାମର ସମସ୍ତ ସାହି ,ପ୍ରମୁଖ ଉତ୍ସବମୁଖର ହୋଇଥିଲା। ରଙ୍ଗ ବେରଙ୍ଗ ତୋରଣ ସହିତ

ଆଲୋକମାଳାରେ ସଜାଯାଇଛି। ସମସ୍ତ ସାହିରେ ସମସ୍ତ କଳାକୁଞ୍ଜ ଖୋଲାଯାଇଥିଲା । ଯାତ୍ରା ନିମନ୍ତେ ମାନସିକଧାରୀ ଭକ୍ତ ଗ୍ରାମ ର ମୁଖ୍ୟ ସଡକ ରେ ଥିବା ଅସ୍ଥାୟୀ ମଣ୍ଡପ ରେ ଥିବା ମାଁ ଠାକୁରାଣୀଙ୍କୁ ଦର୍ଶନକରି ବାଘ ବେଶ, ପିଲା ଖାଇ ଡ଼ାହାଣି, କେଳା କେଳୁଣି,ବାୟା ବାୟାଣି ସହ ବିଭିନ୍ନ ପୌରାଣିକ ଓ ଆଧୁନିକ ବେଶରେ ସହର ପରିକ୍ରମା କରିଥିଲେ । ଶେଷ ଦୁଇ ଦିନ ମାଁଙ୍କୁ ଯାତ୍ରା କମିଟି ତରଫରୁ ମାଁ ଙ୍କ ଘଟକୁ ବିମାନରେ ବାଦ୍ୟ ବାଦଣା, ଶଙ୍ଖ ମହୁରୀ, ବାଘ, ଭାଲୁ ହାତି,ଘୋଡ଼ା, ରାଜା ରାଣୀଙ୍କ ବେଶ ସହ ବିରାଟ ପଟୁଆରରେ ଦୁର୍ବନ୍ଧ ର ବିଭିନ୍ନ ସାହି ପରିକ୍ରମା କରି ପୁଣି ଅସ୍ଥାଇ ମଣ୍ଡପ କୁ ଅଣାଯାଇଥିଲା।୨୧ ତାରିଖ ଶନିବାର ରାତିରେ ସମସ୍ତ ସାହିରେ ସଙ୍ଗିତ କଳା ପରିବେଷଣ ଯଥା ଡେରା ସାହି ଓ ଅସ୍ଥାଇ ମଣ୍ଡପ ଆଗରେ ମେଲୋଡି କାର୍ଯ୍ୟଟ୍ରମ ସହ ଭାରତଲୀଳା, ପାଲା, ପୌରାଣିକ ନାଟକ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଯାହାକୁ ଦେଖିବାକୁ ଆଖ ପାଖ ଗ୍ରାମର ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ବିଭିନ୍ନ ସାହି ବସ୍ତିରେ ଯୁବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଇସକ୍ରିମ, ଶୀତଳ ପାନୀୟ
ପଣା, ଖେଚୁଡ଼ି,ହାଲୁଆ, ପଲଉ,ମିଷ୍ଟାନ୍ନ,ବାଦାମ ମିଲ୍କ, ଫୁଡିଙ୍ଗ, ଆଦି ଵଣ୍ଟନ କରାଯାଇଥିଲା ଯାତ୍ରା ସମୟରେ ଶାନ୍ତି ରକ୍ଷା କରିବା ପାଇଁ ପୋଲିସ ଜଗି ରହିଥିଲେ। ରବିବାର ପରମ୍ପରା ଓ ରିତିନୀତି ଅନୁଯାୟୀ ଗ୍ରାମବାସୀ ମାଁ ଙ୍କୁ ଗ୍ରାମ ଆରମ୍ଭ ରେ ଥିବା ମୁଖ୍ୟ ମନ୍ଦିରକୁ ପଟ୍ଟୁଆର ସହ ରଙ୍ଗ ଅବିର ଲଗାଇ ଭାଇଚାରା ସହକାରେ ନେଇଥିଲେ। , ଡାକ୍ତରଖାନା ତରଫରୁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ,ଅଗ୍ନିଶମ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ଯାତ୍ରାର ଦିନରେ ପ୍ରବଳଗରମ ଥିବା ସତ୍ତ୍ୱେ ଜନଗହଳି ହୋଇଥିଲା । ଯାତ୍ର କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ଜଗବନ୍ଧୁ ସାହୁ, ଉପସଭାପତି ବିଜୟ କୁମାର ସାହୁ, ସମ୍ପାଦକ ସୁଦାମ ସାହୁ, ସହ ସମ୍ପାଦକ ସୁଦାମ ସାହୁ, ପ୍ରମୋଦ ସାହୁ, ଝଡ଼ିଆ ସାହୁ, ଦୀନବନ୍ଧୁ ସାହୁ ପ୍ରମୁଖ ଚଳିତ ଠାକୁରାଣୀ ଯାତ୍ରା ଶାନ୍ତି ଶୃଙ୍ଖଳାରେ ପରିଚାଳନା ନିମନ୍ତେ ପୋଲିସ ପ୍ରଶାସନ ଓ ସ୍ଵେଚ୍ଛାସେବୀଙ୍କ ସହ ଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଥିଲେ।

nis-ad
Leave A Reply

Your email address will not be published.