ଅବକାରୀ ଓ ପୋଲିସ୍ ର ଜୁଲମ୍ ବିରୋଧରେ ଆଦିବାସୀଙ୍କ ମେଳି

ପାତ୍ରପୁର : ଆଦିବାସୀଙ୍କ ଉପରେ ଅବକାରୀ ଓ ପୋଲିସର ଜୁଲମ ନେଇ ପାତ୍ରପୁର ବ୍ଳକ ମନ୍ଦରଡା ପଞ୍ଚାୟତର ଲୁହୁରୁଣୀ ବଟ ନିକଟସ୍ଥ ମା ସାତ ଭଉଣୀ ମନ୍ଦିର ପୀଠରେ ଏକ ବୈଠକକ କରିଥିଲେ। ଆଦିବାସୀ ନେତା ଦିନବନ୍ଧୁ ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ ସଂଘ ସଭାପତି ଲକ୍ଷ୍ମୀକାନ୍ତ ବିଷୋୟୀ, ପୁର୍ବତନ ସରପଞ୍ଚ ଶିବ ପ୍ରଧାନ,ସାଧୁ ବଡମୁଣ୍ଡି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହି ଚିକିଟି ଅବକାରୀ ଓ ଜରଡା ପୋଲିସ ବିରୋଧରେ ପ୍ରବଳ ବର୍ଷିଥିଲେ। ଆଦିବାସୀ ମାନେ ସେମାନଙ୍କ ଦେବାଦେବୀଙ୍କ ପୁଜାର୍ଚନା ଲାଗି ରଖିଥିବା ମହୁଲ ଫୁଲରୁ ମଦ ପ୍ରସ୍ତୁତ କରୁଥିବା ଆଳ ଦେଖାଇ ଅବକାରୀ ଓ ପୋଲିସ ମିଳିତ ଭାବେ ମିଛ ମାମଲା ରୁଜୁ କରି ଗିରଫ କରୁଥିବା ଅଭିଯୋଗ ଉଠାଇଛନ୍ତି। ତେବେ ଚିକିଟି ଅବକାରୀ ଓ ଜରଡା ପୋଲିସ ବାବୁଙ୍କ ଆଦିବାସୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାରରେ ଅତିଷ୍ଠ ହୋଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅବକାରୀ ସଚିବ,ଫାଇବ ଟି ସଚିବ, ଗୃହ ସଚିବ ଏସଟି ଏସସି ସଚିବ ପ୍ରମୁଖ ଙ୍କୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି।ଆଙ୍କୁଲି,ତୁରୁବୁଡି, ମନ୍ଦରଡା,ଖାରିଆଗୁଡା ଓ ସୁରଙ୍ଗି ପଞ୍ଚାୟତର ଆଦିବାସୀ ମାନଙ୍କ ସମେତ ସନ୍ତୋଷ ବଡ ମୁଣ୍ଡି, ପର୍ଶୁରାମ ଶବର, ରାମଚନ୍ଦ୍ର ଗମାଙ୍ଗ, ପଞ୍ଚାନନ ଶବର ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.