ଟ୍ରେନ୍ ଧକ୍କାରେ ୩ ହାତୀ ମୃତ୍ୟୁ ଘଟଣାରେ ଡ଼ିଆରଏମ୍ ଓ ଚମ୍ପୁଆ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଯୋଡ଼ାରେ ଟ୍ରେନ୍ ଧକ୍କାରେ ୩ ହାତୀ ମୃତ୍ୟୁ ଘଟଣାରେ ଚକ୍ରଧରପୁର ଡ଼ିଭିଜନର ଡ଼ିଆରଏମ୍ ଓ ଚମ୍ପୁଆ ରେଞ୍ଜରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରୀ କରାଯାଇଛି । ଏହି ନୋଟିସ୍ ବନ ବିଭାଗ ପକ୍ଷରୁ ପଠାଯାଇଛି । ଏନେଇ ସୁଚନା ଦେଇଛନ୍ତି କେନ୍ଦୁଝର ଡ଼ିଏଫଓ । ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଏକ ମାଲବାହୀ ଟ୍ରେନ ଧକ୍କାରେ ୨ ଛୁଆ ହାତୀ ଓ ମାଆ ହାତୀର ମୃତ୍ୟୁ ଘଟିଥିଲା ।

ରେଳ ଧାରଣା ପାର୍‍ ହେବା ସମୟରେ ଯୋଡାର ବାଂଶପାଣି ବେହେରା ହଟିଂ ନିକଟରେ ହାତୀପଲଙ୍କୁ ଟ୍ରେନ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗତକାଲି ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ଭୋର ସମୟରେ ଆହତ ଆଉ ୨ ହାତୀଙ୍କର ମୃତ୍ୟୁ ହୋଇଛି। ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ପାଇଛି। ହାତୀପଲ ରେଳ ଧାରଣା ପାର୍‍ ହେବା ସମୟରେ ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା।

nis-ad
Leave A Reply

Your email address will not be published.