ଆସାମ ବନ୍ୟା: ଟ୍ରେନ୍‌ଲାଇନ୍‌ରେ ପଡ଼ି ରହିଛନ୍ତି ୫୦୦ ପରିବାର

ଗୌହାଟି: ଆସାମ ବନ୍ୟାପ୍ରପୀଡ଼ିତଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ। ବନ୍ୟାରେ ଘରଦ୍ୱାର ଭାଙ୍ଗିଯିବା ପରେ ଅତି ଶୋଚନୀୟ ଭାବେ ଜୀବନ ବିତାଉଛନ୍ତି ଲୋକେ। ଭୟଙ୍କର ବନ୍ୟା ଆସି ସବୁକିଛି ଭସେଇନେବା ପରେ ନିଶ୍ୱ ହୋଇ ପଡ଼ିଛନ୍ତି ଲୋକେ। କିଏ ଗଛ ତଳେ ପାଲ ଟାଣି ଆଶ୍ରୟ ନେଇଥିବା ବେଳେ ଆଉ କିଏ ସୁରକ୍ଷିତ ଜାଗାଟିଏ ଖୋଜୁଛି। ଏବେ ଅନେକ ଅଞ୍ଚଳ ଜଳମଗ୍ନ ଥିବାରୁ ଲୋକେ ଟ୍ରେନ୍‌ ଲାଇନରେ ଆଶ୍ରୟ ନେଇଛନ୍ତି। ବନ୍ୟା କ୍ଷତିଗ୍ରସ୍ତ ପ୍ରାୟ ୫୦୦ ପରିବାର ପାଇଁ ଟ୍ରେନ୍‌ ଲାଇନ୍‌ ସାହାରା ପାଲଟିଛି।
ବନ୍ୟା ଯୋଗୁ ଚାଙ୍ଗଜୁରାଇ ଏବଂ ପଟିଆ ପାଥର ଗାଁ ଅଧିକ ପ୍ରଭାବିତ ହୋଇଛି। ଜୀବନ-ଜୀବିକା ସବୁ କିଛି ବିପନ୍ନ କରିଦେଇଛି ବନ୍ୟା। ବନ୍ୟା କ୍ଷିତିଗ୍ରସ୍ତଙ୍କ ପାଖରେ ସରକାରକାରୀ ସହାୟତା ମଧ୍ୟ ପହଞ୍ଚି ପାରିନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତ ଗ୍ରାମବାସୀଙ୍କ ପାଖରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି । ଆସାମର ୨୯ଟି ଜିଲ୍ଲାର ୨୫୮୫ ଗ୍ରାମର ୮ ଲକ୍ଷ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
ବନ୍ୟା ଯୋକୁ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ଅନୁଯାୟୀ, ବର୍ଷା ଯୋଗୁଁ ଭୂସ୍ଖଳନ ହେବା ପରେ ପାହାଡ଼ିଆ ଜିଲ୍ଲା ଦିମା ହସାଓକୁ ଯାତାୟତ ବିଚ୍ଛିନ୍ନ ହୋଇଛି। ହାଫଲଙ୍ଗକୁ ଯାଉଥିବା ସମସ୍ତ ରାସ୍ତା ଏବଂ ରେଳ ଲାଇନ ମେ’ ୧୫ରୁ ବନ୍ଦ ରହିଛି। ଲଗାଣ ବର୍ଷା ପାଇଁ ଅନେକ ଜିଲ୍ଲାରେ ରାସ୍ତା ନଷ୍ଟ ହେବା ସହ ବ୍ରିଜ୍ ଭାଙ୍ଗିଯାଇଛି। ଏହା ସହ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି।

nis-ad
Leave A Reply

Your email address will not be published.