ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ପକ୍ଷରୁ ବୀମା ଓ ପେନସନ ସମ୍ୱନ୍ଧୀୟ ମେଳା ଅନୁଷ୍ଠିତ…

ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ମାଲକାନଗିରି : କାଲିମେଳା ବ୍ଲକ ଅଧୀନସ୍ଥ ତାଣ୍ଡବାଇ ପଞ୍ଚାୟତରେ ଆଜି ବ୍ୟାଙ୍କମିତ୍ରଙ୍କ ପକ୍ଷରୁ ବୀମା ଏବଂ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କରଣ , ପେନସନ , ବୀମା ଯୋଜନା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ନେଇ ବ୍ୟାଙ୍କମିତ୍ର ସୁପ୍ରିୟା ଜେନା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ପଂଚାୟତ ର CRP ମାନଙ୍କୁ ଅବଗତ କରାଇଥିଲେ । ଓଡ଼ିଶା ଜୀବିକା ମିଶନ,ମିଶନ ଶକ୍ତି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତାଣ୍ଡବାଇ ସରପଞ୍ଚ ସତ୍ୟମ ମାଡକାମୀ, MBK ଅଞ୍ଜଳି ମକାଲ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.